ପେଟ ଫୁଲିବାରୁ ଡାକ୍ତରଙ୍କ ପାଖରେ ପହଞ୍ଚିଲେ ମହିଳା, ଗର୍ଭାଶୟରୁ ବାହାରିଲା ଏଭଳି ଜିନିଷ

ନୂଆଦିଲ୍ଲୀ : ଦିଲ୍ଲୀର ଶାଲିମାର ବାଗ୍‌ରେ ରହୁଥିବା ଅର୍ଚ୍ଚନା ଆହୁଜାଙ୍କ ପେଟ ୬ମାସ ମଧ୍ୟରେ ବଢ଼ିବାକୁ ଲାଗିବାରୁ ସେ ଏହାକୁ ଚର୍ବି ବୋଲି ଭାବି ଅଣଦେଖା କରି ଦେଇଥିଲେ । କିନ୍ତୁ ଧିରେ ଧିରେ ଏହା ଅଧିକ ବଢ଼ିବାରୁ ସେ ଏମ୍ସର ଡାକ୍ତରଙ୍କ ପାଖରେ ପହଞ୍ଚିଥିଲେ । ଡାକ୍ତର କାରଣ ଜାଣିବା ପାଇଁ ପରୀକ୍ଷା କରିବା ପରେ ତାଙ୍କ ପେଟରେ ଟ୍ୟୁମର ହୋଇଥିବା ଜାଣିବାକୁ ପାଇଥିଲେ । ଅସ୍ତ୍ରୋପଚାର ପରେ ତାଙ୍କ ପେଟରୁୁ ୧୮କେଜିର ଟ୍ୟୁମର ବାହାରିଥିବା ଜଣା ପଡ଼ିଛି ।

AIIMs
ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ଅନୁଯାୟୀ, ଅର୍ଚ୍ଚନାଙ୍କ ଗର୍ଭାଶୟରେ ଟ୍ୟୁମରଟି ଦିନକୁ ଦିନ ବଢ଼ୁଥିଲା । ଯାହାକୁ ଆମେ ସିଷ୍ଟିକାଲ ଟ୍ୟୁମର ବୋଲି କହି ପାରିବା । ଟ୍ୟୁମର ଭିତରେ ତଳର ପଦାର୍ଥ ଜମି ଯାଇଥିବାରୁ ପେଟଟି ଦିନକୁ ଦିନ ଓଜନିଆ ହେବାକୁ ଲାଗିଥିଲା । ହେମେଟୋଲୋଜି ବିଭାଗର ଡାକ୍ତରଙ୍କଠାରୁ ପରାମର୍ଶ ନେବା ପରେ ଆମେ ଅସ୍ତ୍ରୋପଚାର କରିବା ଆରମ୍ଭ କରିଥିଲୁ । ଅସ୍ତ୍ରୋପଚାର ପୂର୍ବରୁ ଅର୍ଚ୍ଚନାଙ୍କ ଓଜନ ୫୮କିଲୋ ଥିବା ବେଳେ ଅସ୍ତ୍ରୋପଚାର ପରେ ତାଙ୍କ ଓଜନ ୪୦କିଲୋ ହୋଇ ଯାଇଛିା ।

ସମ୍ବନ୍ଧିତ ଖବର