ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ବିମାନ ମଝି ଆକାଶରେ ଥିବା ବେଳେ ନିଶ୍ବାସ ନେଇପାରିଲାନି ଶିଶୁ। ଜୀବନ ବଞ୍ଚାଇଲେ ଏମ୍ସ ଡାକ୍ତରୀ ଟିମ୍। ଭିସ୍ତାରା ବିମାନରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
ରବିବାର ଦିନ ଭିସ୍ତାରା ଏୟାରଲାଇନ୍ସ ୟୁକେ-୮୧୪ ବିମାନରେ ଏହି ଘଟଣା ଘଟିଥିଲା। ଏହି ବିମାନରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ର ପାଞ୍ଚଜଣ ବରିଷ୍ଠ ରେସିଡେଣ୍ଟ ଡାକ୍ତର ଇଣ୍ଡିଆନ ସୋସାଇଟି ଫର ଭାସ୍କୁଲାର ଆଣ୍ଡ ଇଣ୍ଟରଭେନସନାଲ ରେଡିଓଲୋଜି (ଆଇଏସଭିଆଇଆର)ରୁ ଦିଲ୍ଲୀ ଫେରୁଥିଲେ। ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଏକ ପୋଷ୍ଟ କରି ଏମ୍ସ, ଡାକ୍ତରଙ୍କ ଫଟୋ ସହିତ ଘଟଣାର ବିବରଣୀ ସେୟାର କରିଛି।
#Always available #AIIMSParivar
While returning from ISVIR- on board Bangalore to Delhi flight today evening, in Vistara Airline flight UK-814- A distress call was announcedIt was a 2 year old cyanotic female child who was operated outside for intracardiac repair , was… pic.twitter.com/crDwb1MsFM
— AIIMS, New Delhi (@aiims_newdelhi) August 27, 2023
ପୋଷ୍ଟରେ କୁହାଯାଉଛି ଯେ, ଏମ୍ସର ୫ଜଣ ଡାକ୍ତର ଆସୁଥିବା ବିମାନରେ ଏକ ଶିଶୁ ମଧ୍ୟ ଥିଲା। ଶିଶୁଟିର ଅପରେସନ କରାଯାଇ ତାକୁ ବିମାନ ଯୋଗେ ଦିଲ୍ଲୀ ଅଣାଯାଉଥିଲା। ଏହି ସମୟରେ ଶିଶୁଟି ହଠାତ୍ ନିଶ୍ବାସ ନେବା ବନ୍ଦ କରିଦେବାରୁ ବିମାନକୁ ନାଗପୁରରେ ଅବତରଣ କରାଯିବ ବୋଲି ଘୋଷଣା କରିଥିଲେ ପାଇଲଟ। ଶିଶୁଟିର ଅବସ୍ଥା ବିଷୟରେ ଜାଣି ୫ଜଣ ଡାକ୍ତର ତୁରନ୍ତ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଶିଶୁଟି ନିଶ୍ବାସ ନେଉନଥିବା ଦେଖି ୫ଜଣିଆ ଡାକ୍ତରୀ ଦଳ ବିମାନରେ ଉପଲବ୍ଧ ଥିବା ସୀମିତ ସମ୍ବଳ ସହିତ ସିପିଆର ଦେବା ଆରମ୍ଭ କରିଥିଲେ। ଏହି ସମୟରେ ଶିଶୁଟିର ହୃଦଘାତ ହେବାରୁ ଡାକ୍ତରୀ ଟିମ୍ ଏଇଡି ବ୍ୟବହାର କରିଥିଲେ। ଏହା ପରେ ଶିଶୁଟି ନିଶ୍ବାସ ନେବା ଆରମ୍ଭ କରିବା ସହ ବିମାନ ନାଗପୁରରେ ଅବତରଣ କରିବା ପରେ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।