ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା କି? ଏହି ପ୍ରଶ୍ନ ଉତ୍ତର ପାଇବ‌ା ପାଇଁ ପୁଣି ଥରେ ଭିସେରା ଯାଞ୍ଚ କରିବ ଏମ୍ସ ଟିମ୍

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜୁନ୍ ୧୪ରେ କୁପର୍ ହସ୍ପିଟାଲକୁ ଅଣାଯାଇଥିଲା। ଅପରାହ୍ନରେ ଅଣାଯାଇଥିବା ସୁଶାନ୍ତଙ୍କ ମୃତଦେହର ବ୍ୟବଚ୍ଛେଦ ତରବରିଆ ଭାବେ ମଧ୍ୟରାତ୍ରିରେ କରାଯାଇଥିଲା। ଏଭଳି ପରିସ୍ଥିତିରେ ତରବରିଆ ଭାବେ ସୁଶାନ୍ତଙ୍କ ଶରୀରର ବ୍ୟବଚ୍ଛେଦ କାହିଁକି କରାଗଲା ବୋଲି ପ୍ରଶ୍ନ ଉଠିଥିଲା। ବ୍ୟବଚ୍ଛେଦ ପରେ ସୁଶାନ୍ତଙ୍କ ଭିସେରାକୁ ଯାଞ୍ଚ ପାଇଁ ସୁରକ୍ଷିତ ରଖାଯାଇଥିଲା। ଏବେ ତାଙ୍କ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ପୁଣି ଥରେ ସୁଶାନ୍ତଙ୍କ ଭିସେରାର ଅନୁସନ୍ଧାନ କରାଯିବ ବୋଲି ଜଣା ପଡ଼ିଛି।

सुशांत सिंह राजपूत
aajtak

ସୁରକ୍ଷିତ ରଖାଯାଇଥିବା ସୁଶାନ୍ତଙ୍କ ଭିସେରାକୁ ଏମ୍ସର ଫରେନସିକ୍ ଟିମ୍ ପୁଣି ଥରେ ଅନୁସନ୍ଧାନ କରିବ | ସୁଶାନ୍ତଙ୍କୁ ବିଷ ଦିଆଯାଇ ହତ୍ୟା କରାଯାଇଥିଲା କି ନାହିଁ, ତାହା ଜାଣିବା ପାଇଁ ଏହି ଯାଞ୍ଚ କରାଯିବ। ଏମ୍ସର ଫରେନସିକ୍ ବିଭାଗର ମୁଖ୍ୟ ତଥା ସୁଶାନ୍ତଙ୍କ ମୃତ୍ୟୁ ମାମଲା ପାଇଁ ଗଠିତ ମେଡିକାଲ ବୋର୍ଡର ଚେୟାରମ୍ୟାନ୍ ଡକ୍ଟର ସୁଧୀର ଗୁପ୍ତା କହିଛନ୍ତି ଯେ, ଦଶ ଦିନ ମଧ୍ୟରେ ତଦନ୍ତ କରାଯିବ ଏବଂ ରିପୋର୍ଟ ମଧ୍ୟ ଆସିବ। ଏହି ପ୍ରସଙ୍ଗରେ ମେଡିକାଲ ବୋର୍ଡର ପରବର୍ତ୍ତୀ ବୈଠକ ସେପ୍ଟେମ୍ବର ୧୭ରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର