ନୂଆଦିଲ୍ଲୀ: ଧୂମପାନ ଶରୀର ପାଇଁ କ୍ଷତିକାରକ ଏକଥା ଆମେ ସମସ୍ତେ ଜାଣନ୍ତି। ଧୂମପାନ କରିବା ଦ୍ବାରା ନାନା ସମସ୍ୟା ଉପୁଜିଥାଏ। ହେଲେ ଆପଣ ଜାଣନ୍ତି କି ଧୂମପାନ ନକରି କେବଳ ଧୂମପାନ କରୁଥିବା ଲୋକଙ୍କ ପାଖରେ ଛିଡ଼ା ହେବା/ବସାଉଠା କରିବା ବି ଆପଣଙ୍କ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ।

Advertisment

ଗୋରଖପୁରସ୍ଥିତ ଏମସ୍ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଏପରି ଚକିତ କରିବା ପରି ରିପୋର୍ଟ ସାମ୍ନାକୁ ଆସିଛି। ଏହି ଗବେଷଣା ୬ଟି ରାଜ୍ୟରେ କରାଯାଇଥିଲା। ଏହି ଗବେଷଣା ‘ପାସିଭ୍‌ ସ୍ମୋକିଂ’ ଓ କୋଭିଡର ଗମ୍ଭୀରତା ମଧ୍ୟରେ ଥିବା ସଂଯୋଗକୁ ଜାଣିବା ପାଇଁ କରାଯାଇଥିଲା। ଗବେଷଣାରୁ ଜାଣିବାକୁ ମିଳିଛି ଯେ ଘର କିମ୍ବା କର୍ମକ୍ଷେତ୍ରରେ ଧୂମପାୟୀଙ୍କ ପାଖରେ ଛିଡ଼ା ହେଲେ ଗମ୍ଭୀର କରୋନା ଆକ୍ରାନ୍ତ ହେବାର ସମ୍ଭାବନା ରହିଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଧୂମପାନ କରୁଥିବା ଲୋକଙ୍କ ପାଖରେ ଛିଡ଼ା ହୋଇଥିଲେ କିଂବା ବସାଉଠା କରି ଧୂଆଁ ଗ୍ରହଣ କରିଥିଲେ ତାହାକୁ ‘ପାସିଭ୍‌ ସ୍ମୋକିଂ’ ବା ‘ସେକେଣ୍ଡ୍‌ ହ୍ୟାଣ୍ଡ୍‌ ସ୍ମୋକିଂ’ ବୋଲି କୁହାଯାଏ। କାହିଁକି ନା, ଏପରି ସ୍ଥିତିରେ ବି ସିଗାରେଟ୍‌ର ଧୂଆଁ ଆପଣଙ୍କ ଶରୀରକୁ ଯାଇଥାଏ।

ଗୋରଖପୁର ଏମସର କାର୍ଯ୍ୟକା‌ରୀ ନିର୍ଦ୍ଦେଶକ ସୁରେଖା କିଶୋର କହିଛନ୍ତି, ‘ଆମ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଧୂମପାନ କରିବା ଅପେକ୍ଷା ‘ପାସିଭ୍‌ ସ୍ମୋକିଂ’ କରୁଥିବା ଲୋକଙ୍କ କ୍ଷେତ୍ରରେ କୋଭିଡ୍‌ର ପ୍ରଭାବ ଅଧିକ ଗମ୍ଭୀର ହେବାର ଆଶଙ୍କା ରହିଛି। ‘ସେକେଣ୍ଡ୍ ହ୍ୟାଣ୍ଡ୍‌ ସ୍ମୋକର୍ସ’ ଏବଂ ଆଦୌ ସିଗାରେଟ୍‌ ସଂସ୍ପର୍ଶରେ ଆସୁ ନଥିବା ଲୋକଙ୍କ କ୍ଷେତ୍ରରେ କୋଭିଡ୍‌ କେତେ ଗମ୍ଭୀର ‌ହୋଇପାରେ ତାହା ଜାଣିବାକୁ ଏହି ଗବେଷଣା କରାଯାଇଥିଲା।