ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଦନ୍ତଚିକିତ୍ସା ବିଭାଗର ଏକ ସଫଳ ଅସ୍ତ୍ରୋପଚାର ଚର୍ଚ୍ଚାରେ ରହିଛି। ଗତ ଛଅ ମାସ ଧରି ଯନ୍ତ୍ରଣା ଭୋଗୁଥିବା ଜଣେ ଚାରି ବର୍ଷ ବାଳକଙ୍କ ନାକର ଅସ୍ତ୍ରୋପଚାର କରି ଡାକ୍ତରମାନେ ନାକ ଭିତରେ ଅସ୍ୱାଭାବିକ ଭାବରେ ଉଠିଥିବା ଦାନ୍ତକୁ ବାହାର କରି ଦେଇଛନ୍ତି।
ଦନ୍ତଚିକିତ୍ସା ବିଭାଗର ସହକାରୀ ପ୍ରଫେସର ଏବଂ ମୁଖ ମ୍ୟାକ୍ସିଲୋଫେସିଆଲ୍ ସର୍ଜନ ଡାକ୍ତର ଶୈଳେଶ କୁମାର କହିଛନ୍ତି, ‘ଶିଶୁ ନାକର ସ୍କାନ କରିବା ପରେ ଗୋଟିଏ ଦାନ୍ତ ନାକ ଭିତରେ ଅସ୍ୱାଭାବିକ ଭାବରେ ବଢ଼ିଥିବା ଜଣାପଡ଼ିଥିଲା। ଏହି ଅବସ୍ଥା ଅତ୍ୟନ୍ତ ବିରଳ ଏବଂ ଜଟିଳ ଥିଲା।
ନିର୍ଦ୍ଦେଶକ ଡକ୍ଟର ବିଭା ଦତ୍ତଙ୍କ ତତ୍ତ୍ୱାବଧାନରେ, ଡକ୍ଟର ଶୈଳେଶ କୁମାର ଏବଂ ତାଙ୍କ ଦଳ ସଫଳତାର ସହ ଶିଶୁ ନାକର ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ପିଲାଟି ଏବେ ସୁସ୍ଥ ଅଛି ଏବଂ ଏକ ସ୍ୱତନ୍ତ୍ର ୱାର୍ଡରେ ଡାକ୍ତରଙ୍କ ୨୪ଘଣ୍ଟିଆ ନିରୀକ୍ଷଣରେ ରହିଛି।
ନିର୍ଦ୍ଦେଶକ ଡକ୍ଟର ବିଭା ଦତ୍ତ ସଫଳ ଅସ୍ତ୍ରୋପଚାର ପାଇଁ ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଛନ୍ତି।