ମୁମ୍ବାଇ : ମହାରାଷ୍ଟ୍ରରେ ଏକ ଧର୍ମନିରପେକ୍ଷ ସରକାରକୁ ତାଙ୍କ ଦଳ ସମର୍ଥନ କରେ ବୋଲି ଏଆଇଏମଆଇଏମ ମୁଖ୍ୟ ଏସଦୁଦ୍ଦିନ ଓଓ୍ବୈସି କହିଛନ୍ତି । 
ବେହରାମ ବାଗ ଅଞ୍ଚଳର ଭର୍ସୋଭା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏଆଇଏମଆଇଏମ ପ୍ରାର୍ଥୀ ରଇସ୍ ଲସ୍କରିଙ୍କ ସମର୍ଥନରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଅସଦୁଦ୍ଦିନ ଓୱେସି ମୁସଲମାନ ସମ୍ପ୍ରଦାୟ ପାଇଁ ସ୍ୱାଧୀନ ନେତୃତ୍ୱର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଭାରତୀୟ ମୁସଲମାନ ସମ୍ପ୍ରଦାୟକୁ ଏପରି ନେତୃତ୍ୱ ଦରକାର ଯିଏ ସେମାନଙ୍କ ସ୍ୱର ଏବଂ ଅଧିକାରକୁ ଆଗକୁ ନେଇପାରିବ । 

Advertisment

ମହାରାଷ୍ଟ୍ରରେ ଏକ ଧର୍ମନିରପେକ୍ଷ ସରକାରକୁ ଏଆଇଏମଆଇଏମ୍ ସମର୍ଥନ କରିବାକୁ ଚାହୁଁଛି ବୋଲି ଓୱେସି କହିଛନ୍ତି। ସିନ୍ଦେ କିମ୍ବା ଫଡନାଭିସ ମୁଖ୍ୟମନ୍ତ୍ରୀ ହେବେ ନାହିଁ, ବରଂ ମହାରାଷ୍ଟ୍ରରେ ଜଣେ ଧର୍ମନିରପେକ୍ଷ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ସେ କହିଛନ୍ତି।

ମୋଦି ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ୱାକଫ ସମ୍ପତ୍ତି ଏବଂ ୟୁଏପିଏ ଆଇନକୁ ମଧ୍ୟ ଟାର୍ଗେଟ କରିଛନ୍ତି ଓୱେସି । ସେ କହିଛନ୍ତି ଯେ ୱାକଫ୍ ସମ୍ପତ୍ତି ଉପରେ ନିୟନ୍ତ୍ରଣ ସଂକ୍ରାନ୍ତ ବିଲ୍ ମୁସଲମାନ ସମ୍ପ୍ରଦାୟର ମସଜିଦ, ଦରଗା ଏବଂ କବରସ୍ଥାନ ପାଇଁ ବିପଦ ସୃଷ୍ଟି କରିଛି। ଯଦି ଏହି ଆଇନ କାର୍ଯ୍ୟକାରୀ ହୁଏ ତେବେ ସମ୍ପ୍ରଦାୟର ଧାର୍ମିକ ସମ୍ପତ୍ତି ଜବତ ହୋଇପାରେ ବୋଲି ଓୱେସି କହିଛନ୍ତି। ଏହାବ୍ୟତୀତ ସେ ୟୁଏପିଏ ଆଇନ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାକୁ ମୁସଲମାନ ଯୁବକମାନଙ୍କୁ ଦମନ କରିବା ପାଇଁ ଏକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ବୋଲି ସେ ଦାବି କରିଛନ୍ତି।