ଏଆଇଏମ୍ଆଇଏମ୍ ନେତାଙ୍କ ବିବାଦୀୟ ବୟାନ: ଆମେ ୧୫କୋଟି ମୁସଲିମ୍ ୧୦୦କୋଟି ହିନ୍ଦୁମାନଙ୍କ ଉପରେ ଭାରି ପଡ଼ିବୁ

ନୂଆଦିଲ୍ଲୀ: ଏଆଇଏମ୍ଆଇଏମର ବରିଷ୍ଠ ନେତା ବାରିସ୍ ପଠାନ୍ ହିନ୍ଦୁମାନଙ୍କ ବିରୋଧରେ ଦେଇଥିବା ବୟାନକୁ ନେଇ ବିବାଦରେ ରହିଛନ୍ତି। ଏକ ଜନସଭାକୁ ସମ୍ବୋଧନ କରି ହିନ୍ଦୁ ଧର୍ମର ଲୋକମାନଙ୍କ ପାଇଁ ସେ ନିଜର ଯେଉଁ ବୟାନ ଦେଇଛନ୍ତି, ତାହା ତାଙ୍କୁ ଏବେ ବିବାଦରେ ଛନ୍ଦିଛି। ଜନସଭାର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ୧୫କୋଟି ମୁସଲିମ୍ ୧୦୦କୋଟି ହିନ୍ଦୁମାନଙ୍କ ଉପରେ ଭାରି ପଡ଼ିବେ ବୋଲି କହୁଛନ୍ତି।

ଭିଡିଓରେ, ଇଟାର ଜବାବ ପଥରରେ ଦେବା ଏବେ ଆମେ ଶିଖି ଯାଇଛୁ। କିନ୍ତୁ ଆମ ସମସ୍ତଙ୍କୁ ଏକାଠି ହୋଇ ଚାଲିବାକୁ ପଡ଼ିବା ସହ ସ୍ବାଧୀନ ହେବାକୁ ପଡ଼ିବ। ଯେଉଁ ଜିନିଷ ମାଗିଲେ ମିଳୁ ନାହିଁ, ତାକୁ ଛଡ଼ାଇ ଆଣିବାକୁ ପଡ଼ିବ। ଆମକୁ କହୁଛନ୍ତି କି, ଆମେ ସାମ୍ନାକୁ ନ ଆସି ଆମ ମା’-ଭଉଣୀଙ୍କୁ ଆଗରେ ରଖି ଆନ୍ଦୋଳନ କରୁଛୁ। କେବଳ ମହିଳାମାନେ ବାହାରକୁ ବାହାରିବା ପରେ ତୁମ ଡ଼ରରେ ଥରିବାକୁ ଲାଗିଲଣି। ଯଦି ଆମେ ସବୁ ମିଶି ଆନ୍ଦୋଳନ କରିବୁ, ତେବେ ତୁମ ମାନଙ୍କର କ’ଣ ହେବ। ୧୫କୋଟି ହେଲେ ମଧ୍ୟ ଆମେ ୧୦୦କୋଟି ହିନ୍ଦୁମାନଙ୍କୁ ହରାଇବାର କ୍ଷମତା ରଖିଛୁ।

ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଏଆଇଏମ୍ଆଇଏମର ଅନେକ ନେତା ଏଭଳି ବିବାଦୀୟ ବୟାନ ଦେଇସାରିଛନ୍ତି। ମିଳିଥିବା ସୂଚନା ମୁତାବକ, ବାରିସ୍ ପଠାନ ପୂର୍ବତନ ବିଧାୟକ ଥିବା ସହ ମହାରାଷ୍ଟ୍ରରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ଭାୟାଖାଲା ଆସନରୁ ଲଢ଼ିଥିଲେ। କିନ୍ତୁ ନିର୍ବାଚନରେ ତାଙ୍କୁ ହାରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର