ନୂଆଦିଲ୍ଲୀ: ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ମୁସଲମାନମାନଙ୍କୁ ଅଣଦେଖା କରାଯାଉଥିବା ନେଇ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଯେଉଁ ରାଜ୍ୟରେ ବିଜେପି କ୍ଷମତାରେ ଅଛି, ମୁସଲମାନମାନେ ସେଠାରେ ଖୋଲା ଜେଲରେ ଜୀବନ ବିତାଉଛନ୍ତି। ଓୱେସୀ କହିଛନ୍ତି ଯେ, ଦେଖନ୍ତୁ ଦେଶରେ କ’ଣ ଘଟୁଛି। ଉତ୍ତରପ୍ରଦେଶରେ କ’ଣ ଘଟୁଛି? ଯେଉଁଠାରେ ବିଜେପି ସରକାର ଅଛି, ମୁସଲମାନମାନେ ଖୋଲା ଜେଲରେ ଜୀବନ ବିତାଉଛନ୍ତି। ମଦ୍ରାସାଗୁଡ଼ିକ ଭାଙ୍ଗି ଦିଆଯାଉଛି।

Advertisment

ଓୱେସୀ ଆହୁରି କହିଛନ୍ତି, ଗୁଜରାଟରେ କ’ଣ ଘଟିଲା ମୋତେ କୁହନ୍ତୁ। କୁହାଗଲା ଯେ ମୁସଲମାନମାନେ ନବରାତ୍ରୀ ସମୟରେ ଲୋକେ ଦାଣ୍ଡିଆ ଖେଳୁଥିବା ବେଳେ ପଥର ଫିଙ୍ଗିଥିଲେ। ଏହା ପରେ ପୁଲିସ ମୁସଲମାନ ଯୁବକମାନଙ୍କୁ ଧରି ସେମାନଙ୍କୁ ଏକ ଖମ୍ବରେ ବାନ୍ଧି ଦେଇଥି‌ଲା। ସେଠାରେ ୩୦୦-୪୦୦ ଲୋକ ଠିଆ ହୋଇ ସବୁ ଦେଖୁଥିଲେ। ପୁଲିସ୍ ମାଡ଼ ମାରିବା ଆରମ୍ଭ କରିବା ମାତ୍ରେ ସେଠାରେ ଥିବା ଲୋକମାନେ ସ୍ଲୋଗାନ ଦେବା ଆରମ୍ଭ କରି ଦେଇଥିଲେ। ମୁସଲମାନଙ୍କୁ ଏଭଳି ରାସ୍ତାକୁ ଆଣି ମାଡ ମାରିବା ଅପରାଧ ନୁହେଁ ତ ଆଉ କ’ଣ? ଏହା କ’ଣ ଭାରତର ଗଣତନ୍ତ୍ର? ଏହା ଭାରତର ସମ୍ବିଧାନ କି? ମୌଳିକ ଅଧିକାର, ଆଇନ ଶୃଙ୍ଖଳା ଏବଂ ଧର୍ମନିରପେକ୍ଷତା କୁଆଡେ ଗଲା? ଏଠାରେ ବୁଲା କୁକୁରକୁ ସମ୍ମାନ ଦିଆଯାଉଛି, ହେଲେ ମୁସଲମାନଙ୍କୁ ନୁହେଁ।