ନୂଆଦିଲ୍ଲୀ : ସଂସଦର ଗତ ବଜେଟ ଅଧିବେଶନରେ ପାଶ ହୋଇଥିବା ମୁସଲିମ ମହିଳା ( ବିବାହ ଅଧିକାର ସୁରକ୍ଷା) ବିଲ୍ ୨୦୧୯ ବା ଟ୍ରିପିଲ ତଲାକ ଆଇନ ବିରୁଦ୍ଧରେ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ( ଏଆଇଏମପିଏଲବି) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଏହି ଆଇନ ମୁସଲିମ ଲୋକମାନଙ୍କର ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରର ହନନ କରୁଥିବାରୁ ଏହାକୁ ରଦ୍ଦ କରାଯାଉ ବୋଲି ବୋର୍ଡ ଆବେଦନ କରିଛି । ବରିଷ୍ଠ ଆଡଭୋକେଟ ଏମଆର ସମସେଦଙ୍କ ଜରିଆରେ ଏ ପ୍ରସଙ୍ଗରେ ଏକ ରିଟ ପିଟିସନ ଦାଏର କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଜୁଲାଇ ମାସରେ ସଂସଦରେ ଏହି ବିଲ ପାଶ ହେବା ପରେ ମୁସଲିମ ପର୍ସନାଲ ଲ’ ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ ଏହା ମୁସଲିମ ମାନଙ୍କ ମୌଳିକ ଅଧିକାରର ବିରୋଧୀ । ଏହା ବିରୋଧରେ ନିଜର ଆଇନଗତ ଅଧିକାରର ଉପଯୋଗ କରାଯିବ । ହାଇଦ୍ରାବାଦର ସାଂସଦ ଅସାଦୁଦ୍ଦିନ ଓେଓ୍ଵସୀ କହିଛନ୍ତି ଯେ ଏହି ଆଇନ ମୁସଲିମମାନଙ୍କର ମଙ୍ଗଳ କରିବା ବଦଳରେ ସେମାନଙ୍କର ପରିବାରକୁ ଭାଙ୍ଗିଦେବ ।