ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ କରିଛି ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ। ଅଯୋଧ୍ୟା ମାମଲାର ପୁନଃବିଚାର ପାଇଁ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ ପକ୍ଷରୁ ପୁଣିଥରେ ରିଭ୍ୟୁ ପିଟିସନ ଦାଖଲ କରାଯିବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୟିଦ କାସିମ୍ ରସୁଲ ଆୟାସ। ମସଜିଦ୍ ର୍ନିମାଣ ପାଇଁ ଦିଆଯାଇଥିବା ବିକଳ୍ପ ୫ ଏକର ଜମି ଗ୍ରହଣୀୟ ନୁହେଁ ବୋଲି ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ କହିଛି। ଅନ୍ୟ କେଉଁଠି ବିକଳ୍ପ ସ୍ଥାନରେ ଜମି ପାଇଁ ବୋର୍ଡ ଅଦାଲତ ଯାଇନଥିଲା, ତେଣୁ ଯେଉଁ ସ୍ଥାନରେ ବାବ୍ରି ମସଜିଦ୍ ଥିଲା ସେହି ଜମି ଦରକାର ବୋଲି ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ କହିଛି।
ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ ନେଇ ଆଜି ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ ପକ୍ଷରୁ ଏକ ବୈଠକ କରାଯାଇଥିଲା। ଆଉ ବୈଠକ ପରେ ଅଯୋଧ୍ୟା ରାୟର ପୁନଃବିଚାର ପାଇଁ ରିଭ୍ୟୁ ପିଟିସନ୍ ଦାୟର କରିବାକୁ ନିଷ୍ପତି ନିଆଯାଇଥିଲା। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଉକ୍ତ ଜମି ବ୍ୟତୀତ ମୁସଲିମ୍ ପକ୍ଷ୍ ମସଜିଦ୍ ପାଇଁ ଅନ୍ୟ କୌଣସି ବିକଳ୍ପ ଜମି ସ୍ବୀକାର କରିବାର ପ୍ରଶ୍ନ ଉଠୁନାହିଁ। ଗତ ୯ ତାରିଖରେ ବିବାଦୀୟ ଅଯୋଧ୍ୟା ଜମି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିଥିଲା।