କେଉଁଠାରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲବୁଲ ? ବିଭିନ୍ନ ପାଣିପାଗ ସଂସ୍ଥାଙ୍କ ଭିନ୍ନ ଭିନ୍ନ ମତ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ବୁଲବୁଲ ଧୀରେ ଧୀରେ ଉପକୂଳ ଆଡକୁ ମାଡିଆସୁଛି । ଏବେ ଏହା ପାରାଦୀପଠାରୁ ୬୮୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଓ ସାଗର ଦ୍ୱୀପଠାରୁ ୭୭୫ କିମି ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ରହିଛି ।
ଭାରତୀୟ ପାଣିପାଗ ବିଭାଗ ଅନୁସାରେ ବାତ୍ୟା ବୁଲବୁଲ ପ୍ରକୋପରୁ ଓଡ଼ିଶା ବର୍ତ୍ତିଯିବ । ବିଭାଗ ପକ୍ଷରୁ ଜାରି ନୂଆ ବୁଲେଟିନ ଅନୁସାରେ ବୁଲବୁଲ ଧୀରେ ଧୀରେ ଉତ୍ତର ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଯିବ ।

image credit : Skymentweather

କିନ୍ତୁ ବିଶ୍ୱର ଅନ୍ୟ ପାଣିପାଗ ସଂସ୍ଥାମାନେ ଏହି ବାତ୍ୟାର ଲାଣ୍ଡଫଲକୁ ନେଇ ଏକମତ ହୋଇପାରିନାହାନ୍ତି । ସ୍କାଏମେଟ ଅନୁସାରେ ଏହା ବାଲେଶ୍ୱରର ଚାନ୍ଦବାଲି ଓ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ଲାଣ୍ଡଫଲ କରିବ । ସେହିପରି ବିଶ୍ୱର ପ୍ରମୁଖ ପାଣିପାଗ ମଡେଲ ନାଭଜେମ, ଜିଏଫଏସ ଏନସେମ୍ବଲ ଓ ଗାମେଓ୍ଵମ ଅନୁସାରେ ଏହା ବାଂଲାଦେଶରେ ଲାଣ୍ଡଫଲ କରିବ । ଇସିଏମଡବ୍ଲୁଏଫ ଅନୁସାରେ ଏହା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଲାଣ୍ଡଫଲ କରିବ । କିନ୍ତୁ ଜିଏଫଏସ, ୟୁକେମେଟ୍‌ ଓ ଜେଜିଏସଏମ ମଡେଲ ଅନୁସାରେ ଏହା ସ୍ଥଳଭାଗ ନଛୁଇଁ ସମୁଦ୍ର ମଧ୍ୟରେ ମିଳେଇ ଯିବ । ବିଭିନ୍ନ ପାଣିପାଗ ମଡେଲର ଅଲଗା ଅଲଗା ମତ ଯୋଗୁଁ ଏହି ବାତ୍ୟା ପ୍ରକୃତରେ କେଉଁଆଡେ ଯିବ ତାହାକୁ ନେଇ ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

ସମ୍ବନ୍ଧିତ ଖବର