ସେପ୍ଟେମ୍ବର ୨୫ ମଧ୍ୟରେ ମାଗଣାରେ ବୁକ୍ କରିପାରିବେ ୫୦ଲକ୍ଷ ଏୟାରଏସିଆ ଟିକେଟ

ନୂଆଦିଲ୍ଲୀ: ଯଦି ଆପଣ ନୂଆ ବର୍ଷରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଆପଣ ମାଗଣାରେ ବିମାନରେ ଯାତ୍ରା କରିପାରିବେ। ଆଜ୍ଞା ହଁ .. ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଏହା ସତ। ଘରୋଇ ବିମାନ କମ୍ପାନି ଏୟାରଆସିଆ ଏବେ ସେଭଳି କିଛି ଅଫର ଘୋଷଣା କରିଛି। ଏହି ଅଫର ଅନୁଯାୟୀ କମ୍ପାନି ୫୦ଲକ୍ଷ ସିଟ୍ ପାଇଁ ମାଗଣା ଟିକେଟ ବିକ୍ରି କରୁଛି। ଏଥିପାଇଁ ବୁକିଂ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇଛି। ଆପଣ ସେପ୍ଟେମ୍ବର ୨୫ ମଧ୍ୟରେ ମାଗଣାରେ ଟିକେଟ ବୁକ୍ କରିପାରିବେ।

କମ୍ପାନିର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଯଦି ଆପଣ ସେପ୍ଟେମ୍ବର ୧୯ରୁ ସେପ୍ଟେମ୍ବର ୨୫ ମଧ୍ୟରେ ଟିକେଟ ବୁକ୍ କରନ୍ତି, ତେବେ ଆପଣ ଆସନ୍ତା ବର୍ଷ ଜାନୁୟାରୀ ୧, ୨୦୨୩ରୁ ଅକ୍ଟୋବର ୨୮, ୨୦୨୩ମଧ୍ୟରେ ଯାତ୍ରା କରିପାରିବେ। ୫୦ଲକ୍ଷ ମାଗଣା ସିଟ୍ ବିକ୍ରି ଅଫର ଲାଭ ଆପଣ ଏୟାରଏସିଆର ୱେବସାଇଟ୍ ତଥା ଆପରୁ ଉଠାଇପାରିବେ। ଏୟାରଏସିଆ ସୁପର ଆପ୍ କିମ୍ବା ୱେବସାଇଟରେ ଥିବା ‘ଫ୍ଲାଇଟ୍’ ଆଇକନ୍ ଉପରେ କ୍ଲିକ୍ କରି ଆପଣ ଏହି ଅଫର ପାଇପାରିବେ।

ଏହି ଅଫର ଅନୁଯାୟୀ, ଆପଣ ଅନେକ ଘରୋଇ ଏବଂ ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳ ପାଇଁ ଟିକେଟ୍ ବୁକ୍ କରିପାରିବେ। ଏଥିରେ ବ୍ୟାଙ୍କକକ୍ (ସୁବର୍ଣ୍ଣଭୂମୀ)ରୁ କ୍ରାବି ଏବଂ ଫୁକେତକୁ ସିଧାସଳଖ ବିମାନ ସେବା ରହିଛି। ଏହା ସହ ବ୍ୟାଙ୍କକକ୍ (ଡନ୍ ମୁଆଙ୍ଗ)ରୁ ଚିଆଙ୍ଗ ମାଇ, ସାକନ ସହ ନାକର୍ନ, ନାକର୍ନ ଶ୍ରୀଥାମ୍ମରାଟ, କ୍ରାବି, ଫୁକେତ, ନାହା ଟ୍ରାଙ୍ଗ, ଲୁଆଙ୍ଗ ପ୍ରବଙ୍ଗ, ମଣ୍ଡେଲା, ପେନାଙ୍ଗ ଏବଂ ଅନ୍ୟାନ୍ୟ ମାର୍ଗକୁ ଉଡ଼ାଣ ପାଇଁ ବିମାନର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର