ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଆକାଶମାର୍ଗରୁ ଆତଙ୍କବାଦୀମାନେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିପାରନ୍ତି ବୋଲି ଗୃହମନ୍ତ୍ରାଳୟ ବିଭିନ୍ନ ରାଜ୍ୟର ପୁଲିସଙ୍କୁ ହାଇ ଆଲର୍ଟ ଜାରି କରିଛି। ଭାରତରେ ଆତଙ୍କ ଖେଳାଇବାକୁ ଆତଙ୍କବାଦୀମାନେ ଜାନୁଆରୀ ୨୬ ତଥା ଗଣତନ୍ତ୍ର ଦିବସରେ ଡ୍ରୋନ ଜରିଆରେ ଆକ୍ରମଣ କରିବା ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି। ଏନେଇ ଗୃହ ମନ୍ତ୍ରାଳୟ ବିଭିନ୍ନ ରାଜ୍ୟକୁ ଆଲର୍ଟ କରିଛି। ଆତଙ୍କବାଦୀଙ୍କ ଏହି ଆକ୍ରମଣକୁ ନେଇ କିଛି ରାଜ୍ୟର ପୁଲିସ ବିଭାଗକୁ ସତର୍କ କରିଛି ଗୁଇନ୍ଦା ବିଭାଗ ।
/sambad/media/post_attachments/wp-content/uploads/2018/01/07-1515313174-26-1485431380-uae-300x225.jpg)
ଏ ପ୍ରସଙ୍ଗକୁ ନେଇ ଗୃହ ମନ୍ତ୍ରାଳୟ ୭ଟି ରାଜ୍ୟର ପୁଲିସ ମୁଖ୍ୟ ଓ ମୁଖ୍ୟ ଶାସନ ସଚିବ ଚିଠି ଲେଖି ଆଲର୍ଟ କରିଛି । ବିଶେଷ ଭାବେ ଦିଲ୍ଲୀ, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ଓ ହିମାଚଳ ପ୍ରଦେଶ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ବୋଲି ଚିଠିରୁ ଜଣା ପଡିଛି ।
ପୁଲିସକୁ ଜାରି ହୋଇଥିବା ଚିଠିରେ କୁହାଯାଇଛି କି, ଜାନୁଆରି ୨୬ ତାରିଖ ତଥା ଗଣତନ୍ତ୍ର ଦିବସ ଅବସରରେ ଡ୍ରୋନ କିମ୍ବା ଆକାଶ ମାର୍ଗରୁ ଆକ୍ରମଣ ହୋଇପାରେ । ତେଣୁ ଯେଉଁ ସ୍ଥାନରେ ଛୋଟ ଉଡାଜାହାଜ ଅବତରଣ କରୁଥିବ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡା ରାଷ୍ଟ୍ରପତି ଭବନର ସୁରକ୍ଷା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି । ରାଷ୍ଟ୍ରପତି ଭବନର ୩୦୦ ମିଟର ଭିତରେ କୌଣସି ଉଡାଜାହାଜ, ଡ୍ରୋନ ନ ଉଡ଼ିବା ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି ।
/sambad/media/post_attachments/wp-content/uploads/2018/01/07-1515313161-26-1390737410-republic-day-celebrations-08-300x225.jpg)
ଉଲ୍ଲେଖଯୋଗ୍ୟ, ଗଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପ୍ରାଇଭେଟ ଲିମିଟେଡ ଜାନୁଆରି ୧୮ ତାରିଖରୁ ନେଇ ଜାନୁଆରି ୨୬ ତାରିଖ ପର୍ଯ୍ୟନ୍ତ ସକାଳ ୧୦.୩୦ରୁ ନେଇ ୧୨.୧୫ ପର୍ଯ୍ୟନ୍ତ ସମସ୍ତ ଘରୋଇ ବିମାନ ଚଳାଚଳକୁ ରଦ୍ଧ କରି ଦେଇଛନ୍ତି। ଏହି ଆଦେଶ ପରେ ପାଖାପାଖି ୧୦୦ରୁ ଊର୍ଧ୍ୱ ବିମାନ ଚଳାଚଳ ବନ୍ଦ କରାଯାଇଛି। ଏହି ନିଷ୍ପତ୍ତି ଏଥିପାଇଁ ନିଆଯାଇଛି କାରଣ ଗଣତନ୍ତ୍ର ଦିବସରେ ଅନେକ ଲଢ଼ୁଆ ବିମାନ ଅଭ୍ୟାସ କରିବେ। ଯାହାର ପ୍ରଦର୍ଶନ ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/07-1515313185-ib-warning-delhi-17-1484629342.jpg)