ନୂଆଦିଲ୍ଲୀ: ରୁଷ୍ ଆକ୍ରମଣ ପରେ ୟୁକ୍ରେନ୍ ବାୟୁସୀମା ବନ୍ଦ ହୋଇଯାଇଛି। ୟୁକ୍ରେନ୍ ଯାତ୍ରୀବାହୀ ବିମାନ ପାଇଁ ଏହାର ବାୟୁସୀମା ବନ୍ଦ କରିଦେଇଛି। ସୁରକ୍ଷା ପ୍ରତି ଅତ୍ୟନ୍ତ ବିପଦ ଥିବା ଦର୍ଶାଇ ୟୁକ୍ରେନ୍ ଗତକାଲି ମଧ୍ୟରାତ୍ରିରୁ ବାୟୁସୀମା ବନ୍ଦ କରିଛି। ବାୟୁସୀମା ବନ୍ଦ କରିଦେବାପରେ ୟୁକ୍ରେନ୍ରୁ ଭାରତ ଆସିବାକୁ ଥିବା ସ୍ବତନ୍ତ୍ର ବିମାନ ବାତିଲ ହୋଇଯାଇଛି। କିବ୍ ସ୍ଥିତ ଭାରତୀୟ ଦୂତାବାସ ଆଜି ଏହା ଅବଗତ କରିଛନ୍ତି। ତେବେ ୟୁକ୍ରେନ୍ରେ ଥିବା ଭାରତୀୟଙ୍କୁ ଖାଲି କରିବାପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି ବୋଲି ଭାରତୀୟ ଦୂତାବାସ କହିଛନ୍ତି। ଆଜି ୟୁକ୍ରେନ୍ରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଭାରତୀୟଙ୍କୁ ଫେରାଯାଇଥାନ୍ତା। କିନ୍ତୁ ୟୁକ୍ରେନ୍ ସମସ୍ତ ବିମାନ ବାତିଲ କରିଦେବାପରେ ବିମାନ ବାତିଲ ରହିଛି। ରୁଷ୍ ଆକ୍ରମଣ ପରେ ସମସ୍ତ ଏୟାରଲାଇନ୍ ଗୁଡ଼ିକ ୟୁକ୍ରେନ୍ ବାୟୁସୀମାର ବ୍ୟବହାର ବନ୍ଦ କରିଦେଇଛନ୍ତି। ଅନ୍ୟପକ୍ଷେ କିବ୍ରେ ଏବେ ବି ଭାରତୀୟ ଦୂତାବାସ କାର୍ଯ୍ୟକ୍ଷମ ଅଛି। ୟୁକ୍ରେନରେ ଥିବା ସମସ୍ତ ଭାରତୀୟ ଏହି ସ୍ଥିତିକୁ ଭୟ ନକରି ଅତ୍ୟନ୍ତ ଶାନ୍ତ ଭାବେ ସମ୍ମୁଖୀନ କରିବା ପାଇଁ ୟୁକ୍ରେନରେ ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି। ୧୮ ହଜାରରୁ ଅଧିକ ଭାରତୀୟ ଏବେ ୟୁକ୍ରେନ୍ରେ ଅଛନ୍ତି।
ବାୟୁସୀମା ବନ୍ଦ, ସବୁ ବିମାନ ବାତିଲ: ଭାରତୀୟଙ୍କୁ ଖାଲି କରିବାକୁ ବିକଳ୍ପ ବ୍ୟବସ୍ଥା
/sambad/media/post_attachments/wp-content/uploads/2022/02/h65h4sf654hsf65h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)