ଭାରତୀୟ ପ୍ରତିରକ୍ଷା ବାହିନୀରେ ହେବ ବଡ଼ ଧରଣର ନବକଳେବର, ଗଠନ ହେବ ମେରିଟାଇମ ଓ ଏୟାର ଡିଫେନ୍ସ କମାଣ୍ଡ୍

ନୂଆଦିଲ୍ଲୀ : ବିଶ୍ବର ପରିବର୍ତ୍ତିତ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ପ୍ରତିରକ୍ଷା ବାହିନୀରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏକ ସ୍ବତନ୍ତ୍ର ମେରିଟାଇମ କମାଣ୍ଡ୍ ଓ ଏୟାର ଡିଫେନ୍ସ କମାଣ୍ଡ୍ ସ୍ଥାପନ କରାଯିବ । ଏହା ସହିତ ଚୀନ ଓ ପାକିସ୍ତାନ ପାଇଁ  କିମ୍ବା ୪ଟି ଥିଏଟର କମାଣ୍ଡ ସ୍ଥାପନ କରାଯିବ ।

ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ଲାଲକିଲ୍ଲା ପ୍ରାଚୀରରୁ ଘୋଷଣା କରିବାର ସମ୍ଭାବନା ରହିଛି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ଏୟାର ଡିଫେନ୍ସ କମାଣ୍ଡର ମୁଖ୍ୟାଳୟ ଆହ୍ଲାବାଦଠାରେ ଅବସ୍ଥିତ ରହିବ ଓ ଏହା ଶତ୍ରୁର ବିମାନ କିମ୍ବା ଅନ୍ୟ ଆକାଶ ଆକ୍ରମଣରୁ ତିନି ସେନାର ବିଭିନ୍ନ ଅଫିସ ଓ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବ । ଭାରତୀୟ ବାୟୁସେନାର ଜଣେ ତିନି ତାରକାଧାରୀ ଅଫିସର ଏହାର ମୁଖ୍ୟ ରହିବେ ।

ସେହିପରି ମେରିଟାଇମ କମାଣ୍ଡର ମୁଖ୍ୟାଳୟ କରଓ୍ବାରଠାରେ ରହିବ ଓ ଏହା ଭାରତ ମହାସାଗରୀୟ ଅଞ୍ଚଳରେ ଭାରତର ସୁରକ୍ଷା କରିବ । ଭାରତୀୟ ନୌସେନାର ଜଣେ ତିନି ତାରକାଧାରୀ ଅଫିସର ଏହାର ମୁଖ୍ୟ ରହିବେ ।

ଅନ୍ୟପକ୍ଷରେ ଚୀନ ଓ ପାକିସ୍ତାନ ପକ୍ଷରୁ ବଢିଚାଲିଥିବା ବିପଦର ସମ୍ମୁଖୀନ ହେବାକୁ ଭାରତ ୩ଟି କିମ୍ବା ୪ଟି ଇଣ୍ଟିଗ୍ରେଟେଡ ଥିଏଟର କମାଣ୍ଡ ଗଠନ କରିବ । ଚୀନ ସୀମାରେ ଦୁଇଟି ଥିଏଟର କମାଣ୍ଡ ଓ ପାକିସ୍ତାନ ସୀମାରେ ଗୋଟିଏ ଥିଏଟର କମାଣ୍ଡ ରହିବ ।  ଗୋଟିଏ ଥିଏଟର କମାଣ୍ଡ ଅଧିନରେ ସବୁପ୍ରକାରର ମିଲିଟାରୀ ଆସେଟ ରହିବ । ଯୁଦ୍ଧ ସ୍ଥିତିରେ ଏହି ଥିଏଟର କମାଣ୍ଡ ଏକ ସମନ୍ବିତ ୟୁନିଟ ଭାବେ କାର୍ଯ୍ୟକରିବ ।

ସମ୍ବନ୍ଧିତ ଖବର