ପାକିସ୍ତାନର ଏଫ୍‌-୧୬ ବ୍ୟବହାର ପରେ ଭାରତୀୟ ବାୟୁସେନା ମାଗିଲା ନୂଆ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ପୁଲଓ୍ଵାମାରେ ଭାରତୀୟ ସିଆରପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଭଳି ପରିସ୍ଥିତିରେ ବାୟୁସେନା ସରକାରଙ୍କୁ ତତ୍କାଳ ନୂଆ ଗୋଳାବାରୁଦ, ଯୁଦ୍ଧ ବିମାନ ଓ ମିଶାଇଲ କିଣିବା ପାଇଁ କହିଥିଲା।

ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନର ଏଫ୍‌-୧୬ ଯୁଦ୍ଧ ବିମାନ ଭାରତରେ ପ୍ରବେଶ କରିଥିଲା। ଏଫ୍‌-୧୬ ଯୁଦ୍ଧ ବିମାନର ମୁକାବିଲା ପାଇଁ ବାୟୁସେନା ମିଗ୍‌-୨୧ର ବ୍ୟବହାର କରିଥିଲା। ଯାହା କି ବହୁତ ପୁରୁଣା ରହିଥିଲା। ତେବେ ଏହାକୁ ନେଇ ବାୟୁସେନା ଆଧୁନିକ ଯୁଦ୍ଧ ବିମାନର ଆବଶ୍ୟକତା ରହିଛି ବୋଲି କହିଛି।

The Economic Times

କେବଳ ଏତିକି ନୁହେଁ, ପାକିସ୍ତାନ ଏବେ ପାକ୍‌ ଅଧିକୃତ କଶ୍ମୀର ଏବଂ ଅନ୍ୟ ଅଞ୍ଚଳରୁ ଆତଙ୍କବାଦୀ ଶିବିରକୁ ହଟାଇ ଫାଟା କ୍ଷେତ୍ରକୁ ସ୍ଥାନାନ୍ତର କରି ଦେଇଛି। ଫଳରେ ଏହି ଶିବିର ଭାରତୀୟ ବାୟୁସେନାଙ୍କ ଦୃଷ୍ଟିରୁ ବହୁତ ଦୂର ହୋଇଯାଇଛି। ଏହି କ୍ଷେତ୍ର ଆଫଗାନିସ୍ତଶନର ସୀମା ପାଖରେ ରହିଛି।

ବିଶେଷ ସୂତ୍ରରୁ ପ୍ରକାଶ, ପାକିସ୍ତାନରେ ଫାଟା କ୍ଷେତ୍ରରେ ଫ୍ଲାଇଙ୍ଗ ଆକ୍ଟିଭିଟି ରାତିରେ ଅଧିକ ସକ୍ରିୟ ରହିଥାଏ। ଏମିତିରେ ସେଠାରେ କୌଣସି ଅପରେସନ୍‌ କରିବାରେ ସମସ୍ୟା ଦେଖା ଦେଇ ପାରେ। ଭାରତ ଲଗାତାର ହାଇ ଅପରେସନାଲ ଅଲର୍ଟ ବନାଇ ରଖିଛି। ଏମିତିରେ ମିସାଇଲ୍‌ରୁ ନେଇ ଫାଇଟର ଜେଟକୁ ଅଧିକ ଉଡାଣ ଭରିବାକୁ ପଡ଼ୁଛି। ଏମିତି କରିବା ଦ୍ୱାରା ଯୁଦ୍ଧ ବିମାନର କ୍ଷମତା ବି ହ୍ରାସ ପାଇବାରେ ଲାଗିଛି।

ସମ୍ବନ୍ଧିତ ଖବର