ବାୟୁସେନାକୁ ମିଳିଲା ୨ଟି ଚିନୁକ୍‌ ‌ହେଲିକପ୍ଟର

ନୂଆଦିଲ୍ଲୀ: ବାୟୁସେନାକୁ ପୁଣି ଦୁଇଟି ସିଏଚ୍‌-୪୭ଏଫ୍‌ (ଆଇ) ଚିନୁକ୍‌ ହେଲିକପ୍ଟର ମିଳିଛି। ଗତ ଫେବ୍ରୁଆରି ୧୦ ତାରିଖରେ ଗୁଜରାଟର ମୁନ୍ଦ୍ରା ବିମାନବନ୍ଦରରେ ୪ଟି ସିଏଚ୍‌-୪୭ଏଫ୍‌ (ଆଇ) ଚିନୁକ୍‌ ପହଞ୍ଚିଥିଲା। ବାୟୁସେନାରେ ଚିନୁକ୍‌ ସାମିଲ ହେବା ଫଳରେ ଏହା ଅଧିକ ଶକ୍ତିଶାଳୀ ହୋଇଛି। ଭାରତ ଆମେରିକାଠାରୁ ୧୫ଟି ଚିନୁକ୍‌ ଏବଂ ୨୨ ଏଏଚ୍‌-୬୪ ଇ ଆପାଚି ‌ହେଲିକପ୍ଟର କିଣିଥିଲା। ଭାରତ ମଧ୍ୟ ସ୍ଥଳସେନା ପାଇଁ ୬ଟି ଏଏଚ୍‌-୬୪ ଆପାଚି କିଣିଛି।

ସମ୍ବନ୍ଧିତ ଖବର