ପଞ୍ଜାବର ଏସ୍‌ବିଏସ୍ ନଗରରେ ବାୟୁସେନା ‌ଜେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ; ନିରାପଦରେ ବାହାରି ଆସିଲେ ପାଇଲଟ୍

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପଞ୍ଜାବର ସହିଦ ଭଗତ ସିଂହ ନଗର ଅନ୍ତର୍ଗତ ଚୁହଦପୁର ଗାଁ ପାଖ ବିଲରେ ବାୟୁସେନାର ଏକ ମିଗ୍-୨୯ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏସ୍‌ବିଏସ୍ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ୱାଜିର୍ ସିଂହ ଖୈରା କହିଛନ୍ତି।

ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଳକା ମୀନା କହିଛନ୍ତି, ସକାଳ ପ୍ରାୟ ୧: ୩୦ଟା ବେଳେ ଆମ୍ଭେ ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଲୁ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ହୋସିଆର୍‌ପୁର ଜିଲ୍ଲା ଅନ୍ତର୍ଗତ ରୌର୍କି ଖାସ୍ ଗାଁରେ ବିମାନ ଦରଜା ଖୋଲି ପାଇଲଟ୍ ନିରାପଦରେ ବାହାରି ଆସିଥିଲେ। ତାଙ୍କୁ ଠାବ କରାଯାଇଛି। ସମ୍ପ୍ରତି ତାଙ୍କର ଡାକ୍ତରୀ ଚିକିତ୍ସା କରାଯାଉଛି।

ପ୍ରାପ୍ତ ଖବର ଅନୁସାରେ, ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜାଣିବାକୁ କୋର୍ଟ ଅଫ୍ ଇନ୍‌କ୍ବାରି ପାଇଁ ଆଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର