ନୂଆଦିଲ୍ଲୀ : ଗତ ଫେବ୍ରୁଆରୀ ମାସରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ପ୍ରବେଶ କରି ଏୟାରଷ୍ଟ୍ରାଇକ କରିଥିଲେ । ଏହି ଷ୍ଟ୍ରାଇକରେ ବାୟୁସେନା ଇସ୍ରାଏଲ ନିର୍ମିତ ଅତ୍ୟାଧୁନିକ ସ୍ପାଇସ୍‌-୨୦୦୦ ବୋମା ପ୍ରୟୋଗ କରି ଉକ୍ତ କ୍ୟାମ୍ପରେ ଥିବା ଆତଙ୍କବାଦୀମାନଙ୍କୁ ନିପାତ କରିଥିଲା । ଏହି ବୋମା କୋଠାର ଛାତ କଣା କରି ପ୍ରବେଶ କରିଥିଲା ଓ ଭିତରେ ବିସ୍ଫୋରଣ ହୋଇଥିଲା । ଏବେ ଭାରତୀୟ ବାୟୁସେନା ଏହି ସ୍ପାଇସ-୨୦୦୦ ବୋମାର ଆହୁରି ଉନ୍ନତ ଭର୍ସନକୁ କିଣିବାକୁ ଯୋଜନା କରୁଛି ।

Advertisment

ଏହା ଅତ୍ୟାଧୁନିକ ବଙ୍କର ବୁଷ୍ଟର ବୋମା ଉଭୟ କୋଠା ଓ ସେଥିରେ ଥିବା ଆତଙ୍କବାଦୀଙ୍କୁ ନିପାତ କରିଦେବ । ଏହା ଏକ ବଙ୍କରର ମୋଟା କଂକ୍ରିଟକୁ ଫଟାଇ ତାଭିତରେ ପ୍ରବେଶ କରିବ ଓ ବିସ୍ଫୋରଣ କରିବ । ଏହି ପ୍ରକାରର ବୋମା ଆମେରିକା, ଋଷିଆ ଓ ଇସ୍ରାଏଲ ପରି କେତେକ ଉନ୍ନତ ଦେଶ ପାଖରେ ରହିଛି । ନିଜର ଜରୁରୀକାଳୀନ ଆବଶ୍ୟକତା ମେଣ୍ଟାଇବାକୁ ତିନିବାହିନୀକୁ କେତେକ ଆର୍ଥିକ କ୍ଷମତା ଦିଆଯାଇଛି । ଏହି କ୍ଷମତା ମାଧ୍ୟମରେ ତିନିବାହିନୀ ୩୦୦ କୋଟି ପର୍ଯ୍ୟନ୍ତ ସାମଗ୍ରୀ ସିଧାସଳଖ କିଣିପାରିବେ । ଏହି କ୍ଷମତା ପ୍ରୟୋଗ କରି ବାୟୁସେନା ଏହି ବୋମା କିଣିବ ।