ବାୟୁସେନାର ଶକ୍ତି ବଢ଼ିଲା, ୪ ଆପାଚି ହେଲିକପ୍ଟର ସାମିଲ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାକୁ ପୁଣି ନୂଆ ଶକ୍ତି ମିଳିଛି। । ୪ଟି ଏଏଚ୍‌-୬୪ଇ ଆପାଚି ଗାର୍ଡିଏନ୍‌ ଆଟାକ୍‌ ହେଲିକପ୍ଟର ଆଜି ଭାରତୀୟ ବା‌ୟୁସେନାରେ ସାମିଲ କରାଯାଇଛି। ସମୁଦାୟ ୨୨ଟି ଆପାଚି ହେଲିକପ୍ଟର ପାଇଁ ଆମେରିକା ସରକାର ଏବଂ ୟୁଏସ୍‌ ଏରୋସ୍ପେସ୍‌ ବୋଇଙ୍ଗ୍‌ ଲିମିଟେଡ୍‌ ସହ ଗତ ୨୦୧୫ ମସିହାର ଭାରତୀୟ ବାୟୁସେନା ଚୁକ୍ତି ସ୍ବାକ୍ଷର କରିଥିଲା। ଏହି ଚୁକ୍ତି ମୁତାବକ ପ୍ରଥମ ପର୍ଯ୍ୟାୟ ଆପାଚି ହେଲିକପ୍ଟର ଆଜି ଗାଜିଆବା‌ଦ୍‌ ସ୍ଥିତ ବାୟୁସେନାର ହିନ୍ଦୋନ ସେନାଘାଟିରେ ପହଞ୍ଚିଛି। ପ୍ରଥମ ବ୍ୟାଚ୍‌ରେ ୪ଟି ଆପାଚି ଆଟାକ୍‌ ହେଲିକପ୍ଟର ବାୟୁସେନାକୁ ମିଳିଛି। ତେବେ ଏହାର ପରୀକ୍ଷା କରାଯିବା ପରେ ହେଲିକପ୍ଟର ଗୁଡ଼ିକୁ ପଠାନକୋଟ୍‌ ସେନାଘାଟିକୁ ପଠାଇ ଦିଆଯିବ। ଏହି ହେଲିକପ୍ଟରଗୁଡ଼ିକ ଏମ୍‌ଆଇ-୩୫ ହେଲିକପ୍ଟର ସ୍ଥାନରେ ମୁତୟନ ହେବ। ଆସନ୍ତା ସପ୍ତାହରେ ଆଉ ୪ଟି ଆପାଚି ହେଲିକପ୍ଟର ଭାରତରେ ପହଞ୍ଚିବ। ଏଏଚ୍‌-୬୪ଇ ହେଉଛି ବିଶ୍ବର ସବୁଠୁ ଅତ୍ୟାଧୁନିକ ଯୁଦ୍ଧ ହେଲିକପ୍ଟର ମଧ୍ୟରୁ ଅନ୍ୟତମ।

ସମ୍ବନ୍ଧିତ ଖବର