ଉଡ଼ାଣ ପରେ ଯାତ୍ରୀଙ୍କ ସହ ଝଗଡ଼ା କରି ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ କଲେ ଯାତ୍ରୀ, ପାଇଲଟ ନେଲେ ଏଭଳି ପଦକ୍ଷେପ

ନୂଆଦିଲ୍ଲୀ: ପ୍ୟାରିସରୁ ନୂଆଦିଲ୍ଲୀକୁ ଆସୁଥିବା ଏକ ବିମାନ ମଧ୍ୟରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିମାନ ଉଡ଼ାଣ କରିବା ପରେ ଜଣେ ଯାତ୍ରୀ ହଠାତ ନିଜ ସିଟରୁ ଉଠିଯାଇ ଅନ୍ୟ ଯାତ୍ରୀଙ୍କ ସହ ଝଗଡ଼ା କରିଥିଲେ। ଏହା ସହ ବିମାନରେ ଥିବା ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କୁ ଅଶାଳୀନ ବ୍ୟବହାର କରିଥିଲେ। ବୁଝାଇବା ପରେ ମଧ୍ୟ ଯାତ୍ରୀଜଣକ ନବୁଝିବାରୁ ପାଇଲଟ ବାଧ୍ୟ ହୋଇ ବୁଲଗେରିଆର ସୋଫିଆ ବିମାନବନ୍ଦରରେ ବିମାନକୁ ଅବତରଣ କରାଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ପ୍ୟାରିସରୁ ନୂଆଦିଲ୍ଲୀକୁ ଆସୁଥିବା ଏୟାରଫ୍ରାନ୍ସ ବିମାନରେ।

Air France flight made emergency landing in Bulgaria over disruptive passenger - TODAY
TODAYonline

ମିଳିଥିବା ସୂଚନା ମୁତାବକ, ଭାରତୀୟ ନାଗରିକ ଜଣକ ବିମାନ ଉଡ଼ାଣ କରିବା ପରେ ନିଜ ସିଟରୁ ଉଠିଯାଇ ଅନ୍ୟ ଯାତ୍ରୀଙ୍କ ସହ ଝଗଡ଼ା କରିଥିଲେ। ଏହା ସହ ବିମାନରେ ଥିବା ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କୁ ଅଶାଳୀନ ବ୍ୟବହାର କରିବା ସହ କକପିଟକୁ ଧକ୍କା ମାରିବା ଆରମ୍ଭ କରିଥିଲେ। ତାଙ୍କର ଏଭଳିି ଆଚରଣ ବିମାନର କମାଣ୍ଡରଙ୍କୁ ସୋଫିଆ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ କରିଥିଲା। ଉକ୍ତ ବ୍ୟକ୍ତିଙ୍କ ନାମ ଜଣାପଡ଼ି ନଥିବା ବେଳେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ସହ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୧୦ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ତେବେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଯାତ୍ରୀଙ୍କୁ ଓହ୍ଲାଇବା ପରେ ବିମାନଟି ସୋଫିଆ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର