ଜମ୍ମୁ: ଆତଙ୍କୀ ଆକ୍ରମଣ ପରେ ଅପରେସନରେ ସାମିଲ ହେଲା ପାରା କମାଣ୍ଡୋ, ୨ ଯବାନ ସହିଦ୍

କଶ୍ଚୀର ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆଲର୍ଟ ଜାରି, ବାୟୁସେନା ବି ହେଲା ସାମିଲ

ଜମ୍ମୁ: ସୁଞ୍ଜବା ଆର୍ମି ଶିବିର ଉପରେ ଶନିବାର ସକାଳୁ ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଯବାନ ସହିଦ ହୋଇଛନ୍ତି। ତାଙ୍କ ଭିତରୁ  ଜଣେ ଜେସିଓ ହୋଇଥିବା ବେଳେ ଅାଉ ଜଣେ ଅଣ-ଅଧିକାରୀ ବର୍ଗର ଯବାନ। ଏହା ଜମ୍ମୁରେ ପରେ ଉତ୍ତେଜନା ଦେଖାଯାଇଛି। ଆକ୍ରମଣ ପରେ ଭାରତୀୟ ସେନାଧ୍ୟକ୍ଷ ସୁଞ୍ଜବାରେ ଚାଲିଥିବା ଅପରେସନ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସୂଚନା ଦେଇଛନ୍ତି। ସେହିଭଳି ଅପରେସନରେ ବାୟୁସେନା ମଧ୍ୟ ସାମିଲ ହୋଇଛି । ଅପରେସନ ପାଇଁ ଉଦ୍ଦାମପୁର ଠାରୁ ପାରା କମାଣ୍ଡୋକୁ ଡକାଯାଇଛି। ଦୀର୍ଘ ୭ ଘଣ୍ଟା ଧରି ଚାଲିଥିବା ଅପରେସନ ପରେ କଶ୍ମୀରଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ହାଇଆଲର୍ଟ ଜାରି କରି ଦିଆଯାଇଛି। ସେହିଭଳି ଜମ୍ମୁ-ଶ୍ରୀନଗର ହାଇେଓ୍ଵରେ ସୁରକ୍ଷା ବ୍ୟବସ୍ଥା କଡ଼ା କରି ଦିଆଯାଇଛି।

ଅାକ୍ରମଣ ଘଟଣା  ନେଇ ଗୃହମନ୍ତ୍ରୀ ରାଜନାଥ ସିଂହ ଜମ୍ମୁ କଶ୍ମୀରର ଡିଜିପିଙ୍କ ସହିତ ଆଲୋଚନା କରିଛନ୍ତି। ଡିଜିପି ଏସ୍‌ପି ବୈଦ୍ୟ ଆତଙ୍କୀ ଆକ୍ରମଣ ସମ୍ପର୍କରେ ଗୃହମନ୍ତ୍ରୀଙ୍କୁ ପୂରା ବିବରଣୀ ଦେଇଛନ୍ତି। ଗୃହ ମନ୍ତ୍ରାଳୟ ପୂରା ସ୍ଥିତି ଉପରେ ନଜର ରଖିଛି। ଆତଙ୍କବାଦୀଙ୍କୁ ଧରିବା କିମ୍ବା ହତ୍ୟା ଯାଏଁ  ଅପରେସନ ଚାଲିବ ବୋଲି ସେ କହିଛନ୍ତି। ଗୃହମନ୍ତ୍ରୀ କହିଛନ୍ତି, ଆମର ସେନା ନିଜର ଦାୟିତ୍ୱ ନିଭାଉଛନ୍ତି। ଆପଣ ନିଶ୍ଚିତରେ ରୁହନ୍ତୁ।

ସୂଚନାଯୋଗ୍ୟ ଆତଙ୍କୀମାନେ ସକାଳ ଭୋର ୫ଟାରେ ଆତ୍ମଘାତୀ ଆକ୍ରମଣ କରିଥିଲେ। ସୂଚନା ଅନୁସାରେ ୩-୪ ଆତଙ୍କୀ ଶିବିର ପଛ ଅଞ୍ଚଳରେ ଜାଲି କାଟି ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଗୁଳିବର୍ଷା କରି ଜଙ୍ଗଲ ଭିତରକୁ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର