ଆଇଏସ୍‌ଆଇଏସ୍‌ କର୍ମକର୍ତ୍ତାଙ୍କ ସହ ସମ୍ପୃକ୍ତି ଯୋଗୁଁ ଏଟିଏସ୍‌ ରାଡାର୍‌ରେ ଏୟାର୍‌ ହୋସ୍‌ଟେସ୍‌

ଅହମଦାବାଦ: ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌ଆଇଏସ୍‌)ର କର୍ମକର୍ତ୍ତା କୁହାଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପଚରା ଉଚୁରା କରିବାବେଳେ ଜଣେ ଏୟାର୍‌ହୋସ୍‌ଟେସ୍‌ (ବିମାନ ପରିଚାରିକା)ଙ୍କ ନାଁ ଉଠିବାରୁ ସେ ଗୁଜୁରାଟ ଆଣ୍ଟି-ଟେରରିଜମ୍‌ ସ୍କ୍ଵାଡ୍‌ (ଏଟିଏସ୍‌)ର ଦୃଷ୍ଟିକୁ ଆସିଛନ୍ତି। ବୁଧବାର ଦିନ ସମ୍ପୃକ୍ତ ଇସ୍‌ଲାମିକ୍‌ ଷ୍ଟେଟ୍‌ର କର୍ମକର୍ତ୍ତା ଦ୍ୱୟଙ୍କୁ ସୁରତ ଏବଂ ଅଙ୍କଳେଶ୍ୱରରୁ ଗିରଫ କରାଯାଇଥିଲା। ଅଳଙ୍କେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଇକୋ କାର୍ଡିଓଗ୍ରାମ୍‌ ଲ୍ୟାବ୍‌ ଟେକ୍‌ନିସିଆନ୍‌ କାସିମ୍‌ ସ୍ତିମ୍ବେର୍‌ଓ୍ଵାଲାଙ୍କ ସହ ଗିରଫ ହୋଇଥିବା ସୁରତର ଓକିଲ ଏବଂ ହୋଟେଲ୍‌ ମାଲିକ ଉବୈଦ୍‌ ମିର୍ଜାଙ୍କର ସେ ଏୟାର୍‌ ହୋସ୍‌ଟେସ୍‌ଙ୍କର ଘନିଷ୍ଠ ସମ୍ପର୍କ ଥିବା କଥା ଶୁଣାଯାଉଛି।

ଏଟିଏସ୍‌ ସୂତ୍ରରୁ ଜଣାପଡ଼ିଛି ଯେ ଦୁଇ ଗିରଫ ବ୍ୟକ୍ତିଙ୍କ ସହ ଉଗ୍ରବାଦ ଦିକ୍ଷିତ ଯୁବକମାନେ ସେ ଏୟାର୍‌ ହୋସ୍‌ଟେସ୍‌ଙ୍କ ସହାୟତାରେ ଭାରତକୁ ସୁନା ଚୋରା ଚାଲାଣ କରିବାକୁ ଯୋଜନା କରୁଥିଲେ। ଉବୈଦ୍‌ ଏବଂ ତାମିଲ୍‌ନାଡୁର ଉଗ୍ରବାଦ ଦିକ୍ଷିତ ଯୁବକ ଜୈବୁଲ୍ଲା ଥରେ ଫୋନ୍‌ରେ କଥାବାର୍ତ୍ତା ହେଉଥିଲେ। ଉବୈଦ୍‌ ତାଙ୍କୁ କହୁଥିଲେ କି, ସେମାନେ ସୁନା, ସିଗାରେଟ୍‌ ଏବଂ ବ୍ୟବହୃତ କାର୍‌ ଚୋରା ଚାଲାଣ କରିବା ଉଚିତ।

ସେ ବିଶେଷ କରି କହୁଥିଲେ ଯେ ଜଣେ ଏୟାର୍‌ ହୋସ୍‌ଟେସ୍‌ଙ୍କ ସହାୟତାରେ ସୁନା ଚୋରା ଚାଲାଣ କରାଯିବ। ଆମର ବିଶ୍ୱାସ ତାମିଲନାଡୁ, ମୁମ୍ବାଇ କିଂବା ଅହମଦାବାଦ୍‌ରେ ଚୋରାଚାଲାଣ ଯୋଜନା କରାଯିବାର ଯୋଜନା ହେଉଥିଲା ବୋଲି ଜଣେ ବରିଷ୍ଠ ଏଟିଏସ୍‌ ଅଧିକାରୀ କହନ୍ତି। ଏଜେନ୍‌ସି ସ୍ତିମ୍ବେରଓ୍ଵାଲାଙ୍କର ବାନ୍ଧବୀ ଶଜିଆ ନାମ୍ନୀ ଆଉ ଜଣେ ମହିଳାଙ୍କୁ ମଧ୍ୟ ଖୋଜୁଛି। ସେ କଲିକତାରୁ ବାଂଲାଦେଶକୁ ୪ ଜଣ ମୁସଲମାନ ଯୁବକଙ୍କୁ ବିମାନ ଯାତ୍ରାରେ ସହାୟତା କରିଥିଲେ।

୨୦୧୪ରେ ବାଂଲାଦେଶ ଦେଇ ସିରିଆ ଯିବାକୁ ଯୋଜନା କରୁଥିବା ୪ ଜଣ ଯୁବକଙ୍କୁ ସାଜିଆ ଡାକିଥିଲେ। କଲିକତା ରହଣି କାଳରେ ସେମାନେ ସାଜିଆଙ୍କ ଠାରୁ ଏକ କଲ୍‌ ପାଇଥିଲେ। ସେମାନେ ସ୍ତିମ୍ବେର୍‌ଓ୍ଵାଲାଙ୍କର ବନ୍ଧୁ ବୋଲି ଦାବି କରୁଥିଲେ। ଶସିଆ ସେ ଚାରି ଯୁବକଙ୍କୁ ଇଣ୍ଡୋ-ବାଂଲାଦେଶ ସୀମାନ୍ତ ଟପି ବନଗାଁଓ ଯାଇ କୌଣସି ମାଣ୍ଡୋଲ୍‌ଙ୍କୁ ଭେଟିବାକୁ କହିଥିଲେ। ସିରିଆ ଯିବା ନିମନ୍ତେ ସେ ମହାଶୟ ତାଙ୍କୁ ନକଲି ପାସ୍‌ପୋର୍ଟ ଯୋଗାଇ ଦେଇ ଥାଆନ୍ତା ବୋଲି ସେ ଅଧିକାରୀ ଜଣକ କହିଛନ୍ତି।

ସେ ଯାହାହେଉ, ଚାରି ଜଣ ଯାକ ଦେଶ ଛାଡ଼ିବା ପୂର୍ବରୁ ଗିରଫ ହେବା ସହ କର୍ଣ୍ଣାଟକର ଭକ୍ତତଲ୍‌ ଅଞ୍ଚଳର ଶଫି ଅର୍‌ମର୍‌, ତାଙ୍କ ଭାଇ ଅଲ୍‌ତାଫ୍‌ ଅର୍‌ମର୍‌ ସୁରତର ଉବୈଦ୍‌ ଏବଂ କାସିମ୍‌, କୋଲ୍‌କତାର ଆତିକ୍‌ ଓରଫ୍‌ ଆଶିକ୍‌ଙ୍କ ଭୂମିକା ଜଣାଇଥିଲେ।

ସୁରତ୍‌ରେ ହୋଟେଲ୍‌ ବ୍ୟବସାୟ ଏବଂ ହୁକ୍କା ବାର୍‌ରେ ବିପୁଳ କ୍ଷତି ସହିବା ପରେ ଉବୈଦ୍‌ ଅନୈତିକ ବ୍ୟବସାୟ କରିବାକୁ ବାହାରିଥିଲା।
ସେ ସୁନା ଏବଂ ସିଗାରେଟ୍‌ ଚୋରା ଚାଲାଣ କରିବାକୁ ଉଦ୍ୟମ କରିଥିଲେ। ସେଥିରେ ଗୁଜୁରାଟ ବନ୍ଦର ସହ ସମ୍ପୃକ୍ତ କିଛି ଲୋକଙ୍କ ସମ୍ପର୍କରେ ତଦନ୍ତ କରୁଛୁ ବୋଲି ଅଧିକାରୀ ଜଣକ କହିଛନ୍ତି। ଉବୈଦ୍‌ ଏବଂ କାସିମ୍‌ ଅହମଦାବାଦ୍‌ର ଖାଦିଆ ଅଞ୍ଚଳ ଅନ୍ତର୍ଗତ ସିନାଗଙ୍ଗ୍‌ ଠାରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ।

ସେପ୍ଟେମ୍ବର ୧୨ ତାରିଖ ଦିନ କାସିମ୍‌ ସ୍ଥାନ ସର୍ବେକ୍ଷଣ କରିଥିଲା ଏବଂ ସେମାନେ ଜାମାଇକା ପଳାଇଯାଇ ଯିବାକୁ ଯୋଜନା କରିଥିଲେ। ସେଠାରେ ସେମାନେ ଟେଭୋର୍‌ ଓ୍ଵିଲିୟମ୍‌ସ୍‌ ଫରେଷ୍ଟ୍‍ ଓରଫ୍‌ ଅବ୍‌ଦୁଲା ଏଲ୍‌ ଫୈସାଲ୍‌ ନାମଧ୍ୟେୟ ଜଣେ ଉଗ୍ରବାଦ ପ୍ରବାଚକଙ୍କ ଅଧୀନରେ କାର୍ଯ୍ୟ କରିବାକୁ ମନସ୍ଥ କରିଥିଲେ।

ସମ୍ବନ୍ଧିତ ଖବର