ଲଣ୍ଡନରେ ଦୁଇଦିନ ଧରି ଫସିରହିଛି ଏୟାର ଇଣ୍ଡିଆ ବିମାନ 

ଲଣ୍ଡନ: ହିଥରୋ ବିମାନବନ୍ଦରରେ ଦିଲ୍ଲୀରୁ ଯାଇଥିବା ଏୟାର ଇଣ୍ଡିଆର ବିମାନ ଫସିରହିଛି | ଦୁଇଦିନ ଧରି ଏହି ବିମାନଟି ଫସିରହିଥିଵା ଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି | ବୈଷୟିକ ତ୍ରୁଟି ଯୋଗୁଁ ଏୟାରଇଣ୍ଡିଆର AI 162 ବିମାନଟି ବୁଧବାର ଦ୍ବିପହର ୩ଟା ୧୫ ମିନିଟରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବାର ଥିଲା |

ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଲଣ୍ଡନରେ ଥିବା ଏୟାର ଇଣ୍ଡିଆର ଇଂଜିନିୟର ବିମାନର ଯାଞ୍ଚ କରିଛନ୍ତି | ସେହିପରି ଆଉ ଏକ ଟିମ ଜରୁରୀ ଉପକରଣ ଧରି ମୁମ୍ବାଇରୁ ଯାଇଛନ୍ତି | ବର୍ତ୍ତମାନ ପାଇଁ ସବୁ ଯାତ୍ରୀଙ୍କୁ ଏବେ ହୋଟେଲରେ ରଖାଯାଇଛି | ବିମାନ କେବେ ଠିକ ହେବ ସେ ନେଇ ବିସ୍ତୃତ ସୂଚନା ମିଳିପାରିନାହିଁ | ବଡ଼କଥା ହେଉଛି ଲଣ୍ଡନରେ ଥିବା ବିମାନକୁ ସଜାଡ଼ିବାକୁ ଯାଉଥିବା ଟିମର ବିମାନ ବି ଦୁବାଇରେ ଖରାପ ହୋଇଯାଇଛି | ଏହି ବିମାନ ବି ୬ ଘଣ୍ଟା ହେଲା ଦୁବାଇ ବିମାନ ବନ୍ଦରରେ ଛିଡା ହୋଇ ରହିଛି | ଯାହାଫଳରେ ଲଣ୍ଡନରେ ଫସିଥିବା ବିମାନ କେବେ ଠିକ ହେବ ସେ ନେଇ ସମୟ ବଢିବ ବୋଲି ଆଶଙ୍କା କରାଯାଉଛି |

ଏଠାରେ ସୂଚନା ଥାଉ କି ଏୟାର ଇଣ୍ଡିଆ ଲଣ୍ଡନରୁ ଦିଲ୍ଲୀ ଅଭିମୁଖେ ବିମାନ ସେବା ଯୋଗାଇଥାଏ | କିନ୍ତୁ ଏବେ ଏହାର ଉଡାଣ କ୍ଷମତା ଉପରେ ପ୍ରଶ୍ନ ଉଠିଛି | ଏଭଳି ବିଳମ୍ବକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି | ଯାତ୍ରୀଙ୍କର କହିବା କଥା ବିବାହ,ବ୍ୟବସାୟିକ ବୈଠକ ଓ ଅନ୍ୟ ଜରୁରୀ କାମ ପାଇଁ ଭାରତ ଯିବାକୁ ଥିବାବେଳେ ଏବେ କୌଣସି ଲାଭ ନାହିଁ | କାରଣ ଦୁଇ ଦିନ ବିଳମ୍ବ ହୋଇଥିବାରୁ ସବୁ କିଛି ଆୟୋଜନ ସରିଯାଇଛି | ଯାତ୍ରୀଙ୍କ କହିବା କଥା ଯେ ବିମାନର ସ୍ଥିତି ବାବଦରେ ସେମାନଙ୍କୁ କିଛି ଜଣାଯାଉନାହିଁ |

 

 

 

ସମ୍ବନ୍ଧିତ ଖବର