ଅହମଦାବାଦ: ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ଏୟାରଇଣ୍ଡିଆ ଦୁର୍ଘଟଣାରେ ଜଣେ କ୍ରିକେଟରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ କ୍ରିକେଟରଙ୍କ ନାମ ଦୀର୍ଧ ପଟେଲ ଥିବା ଜଣାପଡ଼ିଛି। ଦୀର୍ଧ ଇଂଲଣ୍ଡର ଲିଡ୍ସ ମଡର୍ନିଆନ୍ସ କ୍ରିକେଟ୍ କ୍ଲବ ପକ୍ଷରୁ ଖେଳି ଥାଆନ୍ତି।
ସୂଚନାଯୋଗ୍ୟ,ଗୁଜୁରାଟରେ ବସବାସ କରୁଥିବା ୨୩ବର୍ଷୀୟ କ୍ରିକେଟ ଖେଳାଳି ଦୀର୍ଧ ପଟେଲ ହଡର୍ସଫିଲ୍ଡ ବିଶ୍ୱବିଦ୍ୟାଳୟରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ସ୍ନାତକୋତ୍ତର ସମାପ୍ତ କରିଛନ୍ତି। ସେ ଖୁବଶୀଘ୍ର ଟେକ ଇଣ୍ଡଷ୍ଟ୍ରିରେ କ୍ୟାରିୟର ଆରମ୍ଭ କରିବାର ଯୋଜନା ରଖିଥିଲେ।
ଦୀର୍ଧ ପଟେଲ ଏୟାର ଇଣ୍ଡିଆ ବିମାନ ସଂଖ୍ୟା ଏଆଇ ୧୭୧ରେ ଯାତ୍ରା କରୁଥିବା ସେହି ୨୪୨ଜଣଙ୍କ ଯାତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ ଯିଏକି ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିଲେ। ଦୁଃଖର ବିଷୟ ବିମାନରେ ବସିଥିବା୍ ୨୪୨ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ଜଣଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଜଣେ ମାତ୍ର ବିଟ୍ରିଶ ନାଗରିକ ବିଶ୍ବାସ କୁମାର ରମେଶଙ୍କ ସୌଭାଗ୍ୟବଶତଃ ଜୀବନ ରକ୍ଷା ପାଇଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁୂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚି ରମେଶଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/17/mJ3fn7C2MlaF5QQeuVHv.jpg)