ଅହମ୍ମଦାବାଦ : ଅହମ୍ମଦାବାଦ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ଏହି ବଡ଼ ଦୁର୍ଘଟଣା ପରେ, ଏୟାର ଇଣ୍ଡିଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଓ ଇନଷ୍ଟାରୁ ଏହାର ଡିପି ଏବଂ ବ୍ୟାକଗ୍ରାଉଣ୍ଡ ଇମେଜକୁ ହଟାଇ ଦେଇଛି। ଏବେ ଏହା କଳା ଦେଖାଯାଉଛି। ଏହି ଦୁର୍ଘଟଣା ପ୍ରତି ନିଜର ଶୋକ ପ୍ରକଟ କରିବାକୁ କମ୍ପାନି ଏପରି କରିଥିବା ଅନୁମାନ କରାଯାଉଛି ।
ସେହିପରି ଏୟାରଇଣ୍ଡିଆ ପକ୍ଷରୁ ଏହି ଦୁର୍ଘଟଣା ସଂପର୍କରେ ସୂଚନା ପ୍ରଦାନ ପାଇଁ ଏକ ସ୍ବତନ୍ତ୍ର ହଟଲାଇନ (1800 5691 444) ଜାରି କରାଯାଇଛି । ଏହି ନମ୍ବରରେ ଫୋନ କରି ଲୋକମାନେ ଦୁର୍ଘଟଣା ଓ ମୃତାହତଙ୍କ ପରିଜନମାନେ ସୂଚନା ପାଇପାରିବେ । ସେହି ପରି ଟାଟା ଗ୍ରୁପ ଅଧ୍ୟକ୍ଷ ଏନ.ଚନ୍ଦ୍ରଶେଖରନ ଏକ ଟୁଇଟ କରି ଏହି ଗୁର୍ଘଟଣାକୁ ନେଇ ଶୋକ ପ୍ରକଟ କରିଛନ୍ତି ।
ସେପଟେ ଅହମ୍ମଦାବାଦ ବିମାନବନ୍ଦର ମୁଖପାତ୍ର କହିଛନ୍ତି ଯେ ଘଟଣା ପରେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ କାର୍ଯ୍ୟ ବର୍ତ୍ତମାନ ବନ୍ଦ ରହିଛି ଏବଂ ସମସ୍ତ ବିମାନ କାର୍ଯ୍ୟକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି।