ନୂଆଦିଲ୍ଲୀ: ଜୋର ଧରୁଛି ନେପାଳ ନିଆଁ । ନେପାଳରେ ପରିସ୍ଥିତି ଗମ୍ଭୀର । ସରକାର ବିରୋଧୀ ଆନ୍ଦୋଳନ ଏତେ ତୀବ୍ର ହୋଇଛି ଯେ ନେପାଳର ପ୍ରଧାନମନ୍ତ୍ରୀଙ୍କୁ ଶେଷରେ ଇସ୍ତଫା ଦେବାକୁ ପଡିଛି । ଯେତେବେଳେ ପଡୋଶୀ ଦେଶରେ ରାଜନୈତିକ ଅସ୍ଥିରତା ଏବଂ ପୋଡାଜଳା ଚାଲିଛି ଠିକ୍ ସେତେବେଳେ ଯାତ୍ରୀଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ତାର ସମସ୍ତ ବିମାନ ନେପାଳକୁ ଉଡାଣ ବାତିଲ କରିଛି । କାଠମାଣ୍ଡୁ ଯିବାକୁ ଥିବା ଏୟାର ଇଣ୍ଡିଆର ବିମାନ ରଦ୍ଦ ହୋଇଛି । ନେପାଳରେ ହିଂସା ଏବଂ ଆନ୍ଦୋଳନ ଭୟଙ୍କର ରୂପ ନେଉଥିବାରୁ ଦିଲ୍ଲୀ-କାଠମାଣ୍ଡୁ ବିମାନ ଉଡାଣକୁ ବାତିଲ କରିଛି ଏୟାର ଇଣ୍ଡିଆ ।
ଏୟାର ଇଣ୍ଡିଆର ଏଆଇ-୨୨୩୧/୨୨୩୨, ଏଆଇ-୨୨୧୯/୨୨୨୦,ଏଆଇ-୨୧୭/୨୧୮ ଏବଂ ଏଆଇ-୨୧୧/୨୧୨ ଆଜି ବାତିଲ ହୋଇଛି । ଏୟାର ଇଣ୍ଡିଆ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଉଡାଣ ବାତିଲ କରିଥିବା ବେଳେ ପରବର୍ତ୍ତୀ ସୂଚନାକୁ ଯାତ୍ରୀ ଅପେକ୍ଷା କରନ୍ତୁ ବୋଲି କହିଛି ।
ଇଣ୍ଡିଗୋ ମଧ୍ଯ ଦିଲ୍ଲୀରୁ କାଠମାଣ୍ଡୁ ଯାଉଥିବା ସମସ୍ତ ବିମାନକୁ ଆଜି ପାଇଁ ରଦ୍ଦ କରିଛି । ନେପାଳର ହିଂସାକୁ ଆଖି ଆଗରେ ରଖି ଏ ପଦକ୍ଷେପ ନିଆଯାଇଥିବା ବେଳେ ଉଡାଣ ଭରିଥିବା କିଛି ବିମାନ ଲକ୍ଷ୍ନୌରେ ଜରୁରୀ ଅବତରଣ କରିଛି ।
ସେପଟେ ନେପାଳର ପରିସ୍ଥିତି ଦେଖି କାଠମାଣ୍ଠୁ ବିମାନ ବନ୍ଦରକୁ ପୂରାପୂରି ବନ୍ଦ କରି ଦିଆଯାଇଛି । ବିମାନ ଚଳାଚଳ ବନ୍ଦ ଥିବା ବେଳେ ନେପାଳରେ ସ୍ଥିତି ପୂରା ସଙ୍ଗୀନ ହେଲାଣି । ନେପାଳର ସରକାରୀ କୋଠା ଏବଂ ବାସଭବନରେ ନିଆଁ ଲଗାଇବା ପରେ ପ୍ରଦର୍ଶନକାରୀମାନେ କାଠମାଣ୍ଡୁର ହିଲଟନ ହୋଟେଲରେ ମଧ୍ୟ ଭଙ୍ଗାରୁଜା ଏବଂ ନିଆଁ ଲଗାଇ ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/09/09/dd-2025-09-09-16-54-41.jpg)