ନୂଆଦିଲ୍ଲୀ: ସଂପ୍ରତି ମହାମାରୀର ରୂପ ଧାରଣ କରି କରୋନା ଭାଇରସ୍ ବିଶ୍ୱର ୧୨୫ଟି ରାଷ୍ଟ୍ରକୁ କବଳିତ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ୱରେ ୧.୩୫ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି ଓ ୪,୫୮୬ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି। ଭାରତରେ ୭୫ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଦେଶରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟି ସାରିଲାଣି।
Air India cancels flights to Italy, France, Germany, Spain, South Korea and Sri Lanka till April 30: Airline official
— Press Trust of India (@PTI_News) March 13, 2020
ଏପ୍ରକାର ସ୍ଥିିତିରେ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଆସନ୍ତା ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ୬ଟି ବିଦେଶୀ ରାଷ୍ଟ୍ରକୁ ବିମାନ ଚଳାଚଳ ବନ୍ଦ କରି ଦେଇଛନ୍ତି। ଯେଉଁ ୬ଟି ରାଷ୍ଟ୍ରକୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ବିମାନ ଚଳାଚଳ ବନ୍ଦ ରଖିଛନ୍ତି, ସେ ରାଷ୍ଟ୍ରଗୁଡ଼ିକ ହେଲା ଇଟାଲୀ, ଫ୍ରାନ୍ସ, ଜର୍ମାନୀ, ଦକ୍ଷିଣ କୋରିଆ ଓ ଶ୍ରୀଲଙ୍କା। ଏହି ୬ଟି ରାଷ୍ଟ୍ରକୁ ଆସନ୍ତା ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର କୌଣସି ବିମାନ ଉଡ଼ାଣ ଭରିବ ନାହିଁ ବୋଲି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।