ଭୋପାଳ: ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କୁ ଦିଆଯାଉଥିବା ବ୍ରେକଫାଷ୍ଟ ଖାଦ୍ୟରେ ଅସରପା ବାହାରିବା ଅଭିଯୋଗ ହୋଇଥିଲା। ଯାତ୍ରୀ ସୋସିଆଲ ମିଡିଆରେ ଖାଦ୍ୟରେ ବାହାରିଥିବା ଅସରପା ଫଟୋକୁ ସେୟାର କରିବା ପରେ ମୁମ୍ବାଇ ପହଞ୍ଚି ଏୟାର ଇଣ୍ଡିଆ ଅଧିକାରୀଙ୍କୁ ଏହାର ଅଭିଯୋଗ କରିଥିଲେ। ଏୟାର ଇଣ୍ଡିଆ ଏହି ଘଟଣାକୁ ନେଇ ନିଜ ଯାତ୍ରୀଙ୍କୁ କ୍ଷମା ମାଗିଛି । କିନ୍ତୁ ଅଭିଯୋଗକାରୀ ରୋହିତ ରାଜ ଚୌହାନ କହିଛନ୍ତି କି, କେବଳ କ୍ଷମା ମାଗିଲେ ଚଳିବନି । ଏୟାର ଇଣ୍ଡିଆକୁ ସେହି ହୋଟେଲ ଠାରୁ ଟେଣ୍ଡର କ୍ୟାନସଲ କରିଦେବା ଉଚିତ, ଯେଉଁଠାରୁ ସେମାନେ ଖାଦ୍ୟ ଆଣନ୍ତି ।

Advertisment

publive-image

ଏୟାର ଇଣ୍ଡିଆ ବିମାନରେ ଗତ ଶନିବାର ଯାତ୍ରା କରୁଥିବା ଯାତ୍ରୀ ରୋହିତ ରାଜ ସିଂହଙ୍କ କହିବା ଅନୁଯାୟୀ, ଶନିବାର ଏୟାର ଇଣ୍ଡିଆର ଏଆଇ-୬୩୪ ଫ୍ଲାଇଟରେ ଯାତ୍ରା କରୁଥିଲେ। ଭୋପାଳରୁ ବିମାନ ଉଡିବାର କିଛି ସମୟ ପରେ ଯାତ୍ରୀଙ୍କୁ ଇଟଲି, ବରା ଓ ସମ୍ବର ଖାଦ୍ୟ ପରଶା ଯାଇଥିଲା। ଯେମିତି ହିଁ ରୋହିତ ଏହି ସମ୍ବର ପ୍ୟାକେଟ ଖୋଲିଛନ୍ତି ସେଥିରୁ ଏକ ଅସରପା ଥିବା ଦେଖିବାକୁ ମିଳିଥିଲା । ଏନେଇ ଯାତ୍ରୀ ଜଣକ କେବିନ୍‌ କ୍ରିୟୁଙ୍କୁ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ସେମାନେ ଏହି ଘଟଣାକୁ ନଜର ଅନ୍ଦାଜ କରି ଦେଇଥିଲେ। ସୋସିଆଲ ମଡିଆରେ ଏହି ଘଟଣା ପୋଷ୍ଟ ହେବା ପରେ କ୍ରିୟୁ ଉକ୍ତ ଯାତ୍ରୀଙ୍କୁ କ୍ଷମା ମଧ୍ୟ ମାଗିଥିଲେ।

publive-image

ଏହାପରେ ଯାତ୍ରୀ ରୋହିତ ବିରକ୍ତ ହୋଇ ଖାଦ୍ୟରେ ଅସରପା ପଡିଥିବା ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଏହାକୁ ନେଇ ଯାତ୍ରୀମାନେ ତୀବ୍ର ବିରୋଧ କରିବା ସହ ମାମଲା ରୁଜୁ କରିଥିଲେ । ଏଭଳି ଏକ ଘଟଣା ୨୦୧୭ ଡିସେମ୍ବରରେ ସାମ୍ନାକୁ ଆସିଥିଲା। ଜଣେ ମହିଳା ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା ସମୟରେ ତାଙ୍କ ଖାଦ୍ୟ ଅସରପା ବାହାରିଥିବା ଅଭିଯୋଗ ହୋଇଥିଲା।