ଇଟାଲୀରୁ ଭାରତ ଆସିଥିବା ବିମାନ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ କହିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ୨୬୩ଜଣ ବିଦ୍ୟାର୍ଥୀଙ୍କୁ ନେଇ ରୋମରୁ ଆସିଥିବା ଏୟାର୍ ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଆଜି ସକାଳ୯: ୧୫ରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା | ଏହା ପରେ ସମସ୍ତଙ୍କୁ ଆଇଟିବିପି ତତ୍ତ୍ୱାବଧାନରେ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଛି | କରୋନା ଭାଇରସ୍ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଇଟାଲୀର ଭାରତୀୟ ଛାତ୍ରମାନେ ଶନିବାର ରାତିରେ ଭାରତକୁ ଏକ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଆସିଥିଲେ । ତେବେ ଭାରତୀୟ ଛାତ୍ରଙ୍କ ସହ ଆସିଥିବା ବିମାନ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି |

ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଏୟାର ଇଣ୍ଡିଆ କ୍ରୁ ଯେଉଁମାନେ ଇଟାଲୀର ରୋମରୁ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିଥିଲେ, ସେମାନେ କମ୍ପାନୀର ନିୟମ ଅନୁଯାୟୀ ସଙ୍ଗରୋଧରେ ରହିବାକୁ କୁହାଯାଇଛି |

ସମୁଦାୟ ୧୦ ଜଣ ବିମାନ କର୍ମଚାରୀ ସଙ୍ଗରୋଧରେ ରହିବେ ବୋଲି ଜଣାପଡିଛି | ଏଠାରେ ସୂଚନା ଥାଉ କି ଏ ପର୍ଯ୍ୟନ୍ତ ଅନ୍ୟ ଦେଶରୁ ୧୬୦୦ ଭାରତୀୟଙ୍କୁ ଫେରାଇ ଅଣାଯାଇଛି । ସ୍ୱାସ୍ଥ୍ୟ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଆମ କ୍ୟାଣ୍ଟିନ୍ ସେଣ୍ଟରରେ ପ୍ରାୟ ୧୬୦୦ ଭାରତୀୟ ଏବଂ ଅନ୍ୟ ଦେଶର ନାଗରିକଙ୍କ ସମେତ ଆମେ ପ୍ରାୟ ୧୭୦୦ ଲୋକଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଛି |

ସମ୍ବନ୍ଧିତ ଖବର