ବିଭିନ୍ନ ରାଷ୍ଟ୍ରକୁ ବିମାନ ଚଳାଚଳ ବନ୍ଦ କଲା ଏୟାର ଇଣ୍ଡିଆ

ନୂ୍ଆଦିଲ୍ଲୀ : ଆସନ୍ତା ଏପ୍ରିଲ ୩୦ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଇଟାଲି, ଫ୍ରାନ୍ସ, ଦକ୍ଷିଣ କୋରିଆ, କୁଏତ୍‌ , ମାଦ୍ରିଦ୍‌ ଏବଂ କଲମ୍ବୋକୁ ସମସ୍ତ ବିମାନ ଚଳାଚଳ ବନ୍ଦ ରଖିଛି। ମିଲାନ୍‌ ଏବଂ ସିଓଲ୍‌କୁ ଅସ୍ଥାୟୀ ଭାବେ ବିମାନ ଚଳାଚଳ ବନ୍ଦ କରିବାର ଦିନକ ପରେ ଏୟାର ଇଣ୍ଡିଆ ଆଜି ପୁଣି ଉପରୋକ୍ତ ରାଷ୍ଟ୍ରଗୁଡ଼ିକୁ ବିମାନ ଚଳାଚଳ ବନ୍ଦ କରିଛି। ଭାରତକୁ ସମୁଦାୟ ୧୬ଟି ବିଦେଶ ଏୟାରଲାଇନ୍ସ ଏବଂ ୪୯୨ ଅନ୍ତର୍ଜାତୀୟ ବିମାନ ବନ୍ଦ ରହିଛି।

ସମ୍ବନ୍ଧିତ ଖବର