ମୁମ୍ବାଇ: ପୁଣି ଏୟାର ଇଣ୍ଡିଆକୁ ନେଇ ଆସିଲା ବଡ଼ ଖବର । ମଝି ଆକାଶରେ ଅସୁସ୍ଥ ହେଲେ ଯାତ୍ରୀ । ବିମାନର କ୍ରିୟୁ ମେମ୍ବରଙ୍କ ସମେତ ଯାତ୍ରୀ ଅସୁସ୍ଥ ହୋଇପଡିଲେ । ଲଣ୍ଡନରୁ ମୁମ୍ବାଇ ଆସୁଥିବା ବିମାନରେ ଅଭାବନୀୟ ଘଟଣା । ୨ କ୍ରିୟୁ ମେମ୍ବର ଏବଂ ୫ ଜଣ ଯାତ୍ରୀଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହେବା ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ । 

Advertisment

ତେବେ ଲଣ୍ଡନରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଥିବା ଏୟାର ଇଣ୍ଡିଆ ବିମାନ ଏଆଇ-୧୩୦ ମୁମ୍ବାଇ ଆସୁଥିବା ବେଳେ ହଠାତ୍ କିଛି ଯାତ୍ରୀଙ୍କ ସମେତ କ୍ରିୟୁ ସଦସ୍ୟଙ୍କର ମୁଣ୍ଡ ବୁଲାଇଥିଲା ଏବଂ ପରେ ପରେ ବାନ୍ତି ମଧ୍ୟ ହୋଇଥିଲା । ମେଡିକାଲ ଟିମ୍ ସେମାନଙ୍କ ପ୍ରାଥମିକ ଚିକିତ୍ସା କରିଥିବା ବେଳେ ବିମାନଟି ଯାତ୍ରା ଜାରି ରଖିଥିଲା । ଆଉ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ ପରେ ୨ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମେଡିକାଲ ରୁମରେ ଭର୍ତ୍ତି କରାଯାଇଥିଲେ ହେଁ ସୁସ୍ଥ ଅନୁଭବ କରିବା ପରେ ସେମାନଙ୍କୁ ଡିସଟାର୍ଜ କରାଯାଇଛି ।

ତେବେ ହଠାତ୍ ଚଳନ୍ତା ବିମାନରେ ଏମିକି କାହିଖି ହେଲା ତାର କାରଣ ଜଣାପଡିନଥିବା ବେଳେ କୁହାଯାଉଛି ଯେ- ବିଷାକ୍ତ ଖାଦ୍ୟ ପାଇଁ ଏମିତି ହୋଇ ଥାଇପାରେ । ଅବା ବିମାନରେ ଅମ୍ଳଜାନର ଅଭାବ ଯୋଗୁଁ ବାନ୍ତି ଏବଂ ମୁଣ୍ଡ ବୁଲାଉଥିବା ଭଳି ପରିସ୍ଥିତି ଉପୁଜିଥାଇପାରେ ।