କରୋନାଭାଇରସ୍‌ର ନୂଆ ‘ଷ୍ଟ୍ରେନ୍‌’ ଚିନ୍ତିତ କରୁଥିବା ବେଳେ ଇଂଲଣ୍ଡ୍‌ରୁ ୨୪୬ ଯାତ୍ରୀଙ୍କୁ ଆଣି ଦିଲ୍ଲୀରେ ଅବତରଣ କଲା ଏୟାର୍‌ ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ଇଂଲଣ୍ଡ୍‌ରେ ଚିହ୍ନଟ ହୋଇଥିବା ଦ୍ରୁତ ସଂକ୍ରମଣଶୀଳ କରୋନାଭାଇରସ୍‌ର ନୂଆ ‘ଷ୍ଟ୍ରେନ୍‌’ ଚିନ୍ତା ଉଦ୍ରେକ କରୁଥିବା ବେଳେ ଇଂଲଣ୍ଡ୍‌ରୁ ୨୪୬ଜଣ ଯାତ୍ରୀଙ୍କୁ ଆଣିଥିବା ଏୟାର୍‌ ଇଣ୍ଡିଆର ଏକ ବିମାନ ଦିଲ୍ଲୀରେ ଅବତରଣ କରିଛି।

ନୂଆ ‘ଷ୍ଟ୍ରେନ୍‌’ର କରୋନାଭାଇରସ୍‌ ବିସ୍ତାର କାରଣରୁ ଡିସେମ୍ବର ୨୩ ତାରିଖରୁ ଭାରତ ସରକାର ଭାରତ ଓ ଇଂଲଣ୍ଡ୍‌ ମଧ୍ୟରେ ବିମାନ ଚଳାଚଳ ସ୍ଥଗିତ ରଖିଥିଲେ। ପୁଣି ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହୋଇଛି।

Image Courtesy of Madhyamam

ଦେଶରେ ନୂଆ ‘ଷ୍ଟ୍ରେନ୍‌’ର କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଥଲେ ସୁଦ୍ଧା ଶୁକ୍ରବାର ଦିନ ପୁନର୍ବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହୋଇଥିଲା।

ସରକାରଙ୍କ କହିବା ଅନୁସାରେ, ପ୍ରତି ସପ୍ତାହରେ ୩୦ଟି ବିମାନ ଚଳାଚଳ କରିବ। ସେଥିରୁ ୧୫ଟି ଭାରତର ଏବଂ ଆଉ ୧୫ଟି ଇଂଲଣ୍ଡର ବିମାନ। ଜାନୁଆରି ୨୩ ତାରିଖ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲୁ ରହିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ପରିସ୍ଥିତିର ସମୀକ୍ଷା କରାଯାଇ ବିମାନ ଚଳାଚଳ ସଂଖ୍ୟା ସ୍ଥିର କରାଯିବ।

ଇଂଲଣ୍ଡ୍‌ରୁ ପହଞ୍ଚିବାର ୧୦ ଘଣ୍ଟା ପରେ ସମ୍ପୃକ୍ତ ଯାତ୍ରୀମାନେ ନିଜ ନିଜର ଗନ୍ତବ୍ୟ ସହରକୁ ଯିବା ନିମନ୍ତେ ଅନ୍ୟ ବିମାନ ଆରୋହଣ କରିବା ଲାଗି ଦିଲ୍ଲୀ ବିମାନ ବନ୍ଦର ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର