ଉଡ଼ାଣ ଆରମ୍ଭ କରିବା ପରେ ଜରୁରୀ ଅବତରଣ କଲା ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଯାତ୍ରା କରୁଥିବା ଏୟାର୍‌ ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ବୁଧବାର ଦିନ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଯାତ୍ରା କରୁଥିବା ଏୟାର୍‌ ଇଣ୍ଡିଆର ଏକ ବିମାନ ଉଡ଼ାଣ ଆରମ୍ଭ କରିବାର କେତେ ମିନିଟ୍‌ ପରେ ବୈଷୟିକ କାରଣରୁ ପୁଣି କୋଲ୍‌କାତା ବିମାନ ବନ୍ଦରକୁ ଫେରିଆସି ଜରୁରୀ ଅବତରଣ କରିଥିଲା।

ବୁଧବାର ଦିନ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େ ତ୍ରିପୁରା ହାଇକୋର୍ଟରେ ଏକ ଉତ୍ସବରେ ଯୋଗ ଦେଇ କୋଲକାତାରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲେ।

Image Courtesy of Matrubhumi English

ଜରୁରୀ ଅବତରଣ କରିଥିବା ବିମାନରେ ପ୍ରଧାନ ବିଚାରପତି ଅଛନ୍ତି ଏବଂ ଆଜି ସେ ହାଇଦ୍ରାବାଦ ଯିବେ ବୋଲି କୋଲ୍‌କାତା ବିମାନ ବନ୍ଦର ନିର୍ଦେଶକ ଗଣମାଧ୍ୟମକୁ ସୁନିଶ୍ଚିତ କରି କହିଥିଲେ।

ସେ କହିଥିଲେ, ଗତକାଲି ଉଡ଼ାଣ ଆରମ୍ଭ କରିବା ପରେ ପରେ ଏୟାର୍‌ ଇଣ୍ଡିଆର କୋଲ୍‌କାତା-ହାଇଦ୍ରାବାଦ ବିମାନଟି ଫେରି ଆସିଥିଲା। ବୈଷୟିକ କାରଣରୁ ବିମାନଟି ଜରୁରୀ ଅବତରଣ କରିଥିବା କଥା ଘୋଷଣା କରାଯାଇଥିଲା। ସେ ଆଜି ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିବେ।

ବୁଧବାର ଦିନ ଭାରତର ପ୍ରଧାନ ବିଚାରପତି ପଶ୍ଚିମବଙ୍ଗର ପଡ଼ୋଶୀ ରାଜ୍ୟ ତ୍ରିପୁରା ହାଇକୋର୍ଟରେ ‘ଇ-ସେବାକେନ୍ଦ୍ର’ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର