ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଇସ୍ରାଏଲ- ଇରାନ, ପାଲେଷ୍ଟାଇନ ଓ ଲେବାନନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ଆଶଙ୍କା ଓ କୂଟନୈତିକ ଜଟିଳତାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଆସନ୍ତା ୮ ଯାଏଁ ଇସ୍ରାଏଲ୍କୁ ସମସ୍ତ ବିମାନ ଚଳାଚଳ ସ୍ଥଗିତ ରଖିଛି। ଆଜି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସଂସ୍ଥା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି, ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ତେଲ ଆଭିଭ୍କୁ ସମସ୍ତ ଏୟାର ଇଣ୍ଡିଆ ବିମାନର ନିର୍ଦ୍ଧାରିତ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଏହି ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ ହେବା ସହ ଅଗଷ୍ଟ ୮ ତାରିଖ ଯାଏଁ ବଳବତ୍ତର ରହିବ। ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି ଓ ଏହି ସମୟରେ ବିମାନଯାତ୍ରା ନିମନ୍ତେ ବୁକିଂ ନିଶ୍ଚିତ ହୋଇଥିବା ଯାତ୍ରୀମାନେ ସେମାନଙ୍କୁ ସହାୟତା କରିବାକୁ ଅନୁରୋଧ କରୁଛନ୍ତି। ବୁକିଂ ନିଶ୍ଚିତ ହୋଇଥିବା ଯାତ୍ରୀଙ୍କୁ ପୁନଃଯାତ୍ରା ନିର୍ଦ୍ଧାରଣ ଓ ବାତିଲ ଶୁଳ୍କ ଛାଡ଼ ସୁବିଧା ମିଳିବ।
ମଧ୍ୟପ୍ରାଚ୍ୟ ସଙ୍କଟ: ଅଗଷ୍ଟ ୮ ଯାଏଁ ଇସ୍ରାଏଲକୁ ଏୟାର ଇଣ୍ଡିଆ ବିମାନ ଚଳାଚଳ ବନ୍ଦ
/sambad/media/post_attachments/wp-content/uploads/2024/08/dagadggaddgagad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)