କର୍ମଚାରୀ କରୋନା ପଜିଟିଭ୍ ବାହାରିବା ପରେ ଦିଲ୍ଲୀରେ ଥିବା ଏୟାର୍‌ ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ ୪୮ ଘଣ୍ଟା ଲାଗି ସିଲ୍

ନୂଆଦିଲ୍ଲୀ: ଏୟାର୍‌ ଇଣ୍ଡିଆର ଜଣେ କର୍ମଚାରୀ କୋଭିଡ୍‌-୧୯ ପଜିଟିଭ୍‌ ସଂକ୍ରମିତ ଚିହ୍ନଟ ହେବା ପରେ ଦିଲ୍ଲୀଠାରେ ଥିବା କମ୍ପାନିର ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍  କରି ଦିଆଯାଇଛି। ଏୟାର୍‌ ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟକୁ ଦୁଇ ଦିନ ପାଇଁ ବନ୍ଦ କରି ଦିଆଯାଇଛି। ମଙ୍ଗଳବାର ଦିନ ଏୟାର୍‌ ଇଣ୍ଡିଆର ଜଣେ କର୍ମଚାରୀଙ୍କ ନମୁନା ପରୀକ୍ଷା କରୋନା ପିଜିଟିଭ୍‌ ବାହାରିବା ପରେ ଏପରି ପଦକ୍ଷେପ ନିଆଯାଇଛି। ଦୁଇ ଦିନ ପାଇଁ ମୁଖ୍ୟାଳୟକୁ ବନ୍ଦ କରାଯାଇ ସାନିଟାଇଜ୍‌ କରାଯିବା ପରେ ପୁଣି ଥରେ ଖୋଲାଯିବ।

ମଙ୍ଗଳବାର ଓ ବୁଧବାର ଦିନ ପୂରା ମୁଖ୍ୟାଳୟ ବନ୍ଦ କରାଯାଇ ସାନିଟାଇଜ୍‌ କରାଯିବ। ସୋମବାର ସଂଧ୍ୟାରେ ନୂଆଦିଲ୍ଲୀର ଗୁରୁଦ୍ବାର ରକାବଗଞ୍ଜ ରୋଡ୍‌ ସ୍ଥିତ ଏୟାର ଇଣ୍ଡିଆ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା କର୍ମଚାରୀ କୋଭିଡ୍‌ ଆକ୍ରାନ୍ତ ବୋଲି ଜଣାଯିବା ପରେ ଏୟାର୍‌ ଲାଇନ୍‌ ଏହି ପଦକ୍ଷେପ ନେଇଛି।

newindianexpress

ଉଲ୍ଲେଖଯୋଗ୍ୟ, ଚୀନର ଉହାନ୍ ସହରରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ୍‌ର ମୁକାବିଲା ପାଇଁ ଭାରତରେ ମାର୍ଚ ୨୫ ତାରିଖ ପରଠାରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଭାଇରସ୍‌ ହେତୁ ଏବେ ସୁଦ୍ଧା ଦେଶରେ ୭୦ ହଜାରରୁ ଊର୍ଧ୍ବ ବ୍ୟକ୍ତି ଆକ୍ରାନ୍ତ ହୋଇ ଥିବା ବେଳେ ୨,୨୯୦ ଜଣ ଲୋକଙ୍କ ପ୍ରାଣ ଯାଇ ସାରିଲାଣି।

ସମ୍ବନ୍ଧିତ ଖବର