ନୂଆଦିଲ୍ଲୀ: ମୁମ୍ବାଇ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ୨୭ ମିନିଟ୍ ପରେ ବୈଷୟିକ ତ୍ରୁଟି ଯୋଗୁଁ ଗୋଟିଏ ଇଞ୍ଜିନ୍ ବନ୍ଦ ହୋଇଯିବାରୁ ‘ଟାଟା ଗ୍ରୁପ୍’ଦ୍ବାରା ପରିଚାଳିତ ‘ଏୟାର୍ ଇଣ୍ଡିଆ’ର ‘ଏ୩୨୦ନିଓ’ ବିମାନ ଫେରି ଆସି ଜରୁରୀ ଅବତରଣ କରିଥିବା ବିଶେଷସୂତ୍ରରୁ ପ୍ରକାଶ। ଘଟଣାଟି ଗୁରୁବାର ଦିନ ଘଟିଛି।
ଏୟାର୍ ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ, ଇଞ୍ଜିନ୍ ବନ୍ଦ ହୋଇଯାଇଥିବା ବିମାନଟିକୁ ପରିବର୍ତ୍ତନ କରି ଅନ୍ୟ ଏକ ବିମାନରେ ଯାତ୍ରୀମାନଙ୍କୁ ସେମାନଙ୍କର ଗନ୍ତବ୍ୟସ୍ଥଳ ବେଙ୍ଗାଲୁରୁକୁ ନିଆଯାଇଥିଲା।
‘ପ୍ରେସ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ’ ସୂତ୍ରରୁ ପ୍ରକାଶ ଯେ, ‘ଏଭିଏସନ୍ ରେଗୁଲେଟର୍ ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍’ ଏହି ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ଏୟାର୍ ଇଣ୍ଡିଆର ‘ଏ୩୨୦ନିଓ’ ବିମାନଗୁଡ଼ିକରେ ‘ସିଏଫ୍ଏମ୍ ଇଣ୍ଟର୍ନ୍ୟାସ୍ନାଲ୍’ର ‘ଲିପ୍ ଇଞ୍ଜିନ୍’ ଲାଗିଥାଏ।
Image Courtesy of The Financial Expressସକାଳ ୯:୪୩ରେ ମୁମ୍ବାଇର ଛତ୍ରପତି ଶିବାଜୀ ଆନ୍ତର୍ଜାତିକ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ଅଳ୍ପ ସମୟ ପରେ ଗୋଟିଏ ଇଞ୍ଜିନ୍ରୁ ମାତ୍ରାଧିକ ଉତ୍ତପ୍ତ ବାଷ୍ପ ବାହାରୁଛି ବୋଲି ‘ଏ୩୨୦ନିଓ’ର ପାଇଲଟ୍ମାନେ ସତର୍କ ସୂଚନା ପାଇଯାଇଥିଲେ।
ଇଞ୍ଜିନ୍ ବନ୍ଦ ହୋଇଯିବା ପରେ ପାଇଲଟ୍ ବିମାନଟିକୁ ଫେରାଇ ଆଣି ସକାଳ ୧୦:୧୦ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରାଇଥିଲେ।
Image Courtesy of NDTVଘଟଣା ସଂକ୍ରାନ୍ତରେ ପଚରାଯିବାରୁ ‘ଏୟର୍ ଇଣ୍ଡିଆ’ର ମୁଖପାତ୍ର କହିଛନ୍ତି, ନିରାପତ୍ତା ଉପରେ ଏୟାର୍ ଇଣ୍ଡିଆର ସବୁଠୁ ଅଧିକ ଗୁରୁତ୍ବ ଦିଏ। ଏଭଳି ପରିସ୍ଥିତିର ମୁକାବିଲା ନିମନ୍ତେ ଆମ କ୍ରୁ’ମାନେ ଖୁବ୍ ପାରଦର୍ଶୀ। ଆମର ଇଞ୍ଜିନିୟରିଙ୍ଗ୍ ଏବଂ ତତ୍ବାବଧାରକ ଟିମ୍ ତୁରନ୍ତ ସମସ୍ୟା ସଂକ୍ରାନ୍ତରେ ତଦନ୍ତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Air-India-Flight-Engine-Didnt-Work-During-Fly_Thumbnail.jpg)