ନୂଆଦିଲ୍ଲୀ: ବେଳେବେଳେ ସାମାନ୍ୟ ମୂଷା ପାଇଁ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ନିକଟରେ ଏକ ମୂଷା ହେତୁ ଏୟାର ଇଣ୍ଡିଆର ବିମାନ ଉଡାଣରେ ବିଳମ୍ବ ହୋଇଥିବା ଖବର ମିଳିଛି। ଟାଟା ଗ୍ରୁପ୍ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆର ଶ୍ରୀନଗର-ଜମ୍ମୁ ବିମାନରେ ଗତ ଗୁରୁବାର ଦିନ ଏକ ମୂଷା ପଶି ଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ ବିମାନ ଯାତ୍ରା କରିବା ପାଇଁ ନିଶ୍ଚିତ ହୋଇଥିବା ସମୟ ଠାରୁ ଦୁଇ ଘଣ୍ଟା ବିଳମ୍ବରେ ଉଡ଼ିଥିଲା।
ମୂଷା ହେତୁ ବିମାନ ବିଳମ୍ବରେ ଯାତ୍ରା ଆରମ୍ଭ କରିଥିବା ସୂଚନା ଅଧିକାରୀମାନେ ଦେଇଥିଲେ। ଡିଜିସିଏ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଅଧିକାରୀମାନେ କହିଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଅନେକ ଚେଷ୍ଟା ପରେ ବିମାନରୁ ମୂଷା ବାହାର କରିବା ପରେ ବିମାନ ଶ୍ରୀନଗର ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ କରିଥିଲା। ମୂଷା ଥିବା କାରଣରୁ ବିମାନ ଦୁଇଘଣ୍ଟା ବିଳମ୍ବରେ ଯାତ୍ରା ଆରମ୍ଭ କରିଥିଲା। ଯେଉଁଥିପାଇଁ ଯାତ୍ରୀଙ୍କୁ କିଛି ଅସୁବିଧାର ସାମ୍ନା ବି କରିବାକୁ ପଡ଼ିଥିଲା।
ଅଧିକାରୀ କହିଛନ୍ତି ଯେ ବିମାନ ନମ୍ବର ଏଆଇ୮୨୨ର ଉଡିବା ସମୟ ଅପରାହ୍ନ ୨.୧୫ରେ ଥିଲା, କିନ୍ତୁ ଏହା ସନ୍ଧ୍ୟା ୪.୧୦ରେ ଉଡିଥିଲା` ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Untitled-1-copy-35.jpg)