ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ଧମକ ମିଳିବା ପରେ ଲଣ୍ଡନରେ କଲା ଜରୁରୀ ଅବତରଣ

ମୁମ୍ବାଇ: ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ଧମକ ମିଳିବା ପରେ ଏହାର ଜରୁରୀ ଅବତରଣ କରାଯାଇ ଥିବା ଖବର ମିଳିଛି। ଏୟାର ଇଣ୍ଡିଆର ୧୯୧  ବି ୭୭୭ ବିମାନ ଗୁରୁବାର ମୁମ୍ବାଇରୁ ଆମେରିକାର ନ୍ୟୁୟର୍କ ଯାଉଥିଲା।  ଏଥିରେ ବୋମା ଥିବା ଧମକ ମିଳିବା ସଂଗେ ସଂଗେ ତୁରନ୍ତ ଏହାକୁ ଲଣ୍ଡନର ଷ୍ଟାନ୍‌ଷ୍ଟେଡ ବିମାନବନ୍ଦରରେ ଅବତରଣ କରାଯାଇଥିଲା। ଏୟାର ଇଣ୍ଡିଆ ପକ୍ଷରୁ  ଟୁଇଟ କରି ଏହି ସୂଚନା ଦିଆଯାଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଗୁରୁବାର ବିମାନକୁ ବୋମାରେ ଉଡାଇ ଦେବାର ଧମକ ମିଳିଥିଲା। ଏୟାର ଇଣ୍ଡିଆର ଏହି ବିମାନ ମୁମ୍ବାଇରୁ ଉଡାଣ ଆରମ୍ଭ କରି ଆମେରିକାର ନ୍ୟୁୟର୍କ ଯାଉଥିଲା। ଗୁଇନ୍ଦା ବିଭାଗର ଆଲର୍ଟ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନକୁ ଲଣ୍ଡନରେ ଅବତରଣ କରାଯାଇଥିଲା। ଏନେଇ ଯାଞ୍ଚ ଆରମ୍ଭ ହୋଇଯାଇଛି।

ତେବେ ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ବି ଏୟାର ଇଣ୍ଡିଆର ଦିଲ୍ଲୀରୁ କୋଲକାତା ଯାଉଥିବା ବିମାନ ସଂଖ୍ୟା ଏଆଇ- ୦୨୦ରେ ବୋମା ଥିବା ଧମକ ମିଳିଥିଲା। ଏହା ପରେ ବିମାନକୁ ଦିଲ୍ଲୀରେ ଅବତରଣ କରାଯାଇଥିଲା। ବିମାନକୁ ଖାଲି କରିବା ପରେ ଏହାର ସୁରକ୍ଷା ଯାଞ୍ଚ କରାଯାଇଥିଲା।

ସମ୍ବନ୍ଧିତ ଖବର