ମୁମ୍ବାଇ: ଦେଶ ମଧ୍ୟରେ ସ୍ୱଳ୍ପ ଦୂରତା ପାଇଁ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା କିମ୍ବା ଘରୋଇ ଏୟାର ଇଣ୍ଡିଆ ବିମାନରେ ଏକ ଘଣ୍ଟାରୁ କମ୍ ସମୟ ପାଇଁ ଉଡ଼ାଣ ଭରୁଥିବା ଯାତ୍ରୀମାନଙ୍କୁ ଆଉ ବିମାନ ମଧ୍ୟରେ ଜଳଖିଆ ମିଳିବ ନାହିଁ। କାରଣ ଖର୍ଚ୍ଚକାଟ ଯୋଜନାରେ ଏବେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏବେ ଜଳଖିଆକୁ ବଳି ପକାଇ ଦେଇଛନ୍ତି। ଏଣିକି ପ୍ୟାକେଟ ଜଳଖିଆ ବଦଳରେ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ବିମାନ ମଧ୍ୟରେ ବିସ୍କୁଟ ପ୍ୟାକେଟ ଓ ବାଦାମ ପ୍ୟାକେଟ ପରଶିିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ।
ପୂର୍ବରୁ ଦେଶ ମଧ୍ୟରେ ସ୍ୱଳ୍ପ ଦୂରତା ପାଇଁ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା କିମ୍ବା ଘରୋଇ ଏୟାର ଇଣ୍ଡିଆ ବିମାନରେ ଏକ ଘଣ୍ଟାରୁ କମ୍ ସମୟ ପାଇଁ ଉଡ଼ାଣ ଭରୁଥିବା ଯାତ୍ରୀମାନଙ୍କୁ କର୍ତ୍ତୃପକ୍ଷ ବିମାନ ମଧ୍ୟରେ ସିଙ୍ଗଡ଼ା ଓ ସାଣ୍ଡଓ୍ଵିଚ୍ ପରଶୁଥିଲେ। ତେବେ, ଏହା ଅଧିକ ବ୍ୟୟ ସାପେକ୍ଷ ଥିବାରୁ ଖର୍ଚ୍ଚକାଟ ଯୋଜନାରେ କର୍ତ୍ତୃପକ୍ଷ ଏବେ ସିଙ୍ଗଡ଼ା ଓ ସାଣ୍ଡଓ୍ଵିଚ୍ ବଦଳରେ ବିସ୍କୁଟ ପ୍ୟାକେଟ ଓ ବାଦାମ ପ୍ୟାକେଟ ପରଶିିବା ପାଇଁ ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତବର୍ଷ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଦେଶ ମଧ୍ୟରେ ଏୟାର ଇଣ୍ଡିଆ ବିମାନର ଇକୋନୋମି ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଆମିଷ ଭୋଜନ ପରିବର୍ତ୍ତେ ନିରାମିଷ ଭୋଜନ ପରଶିବା ପାଇଁ ନିଷ୍ପତ୍ତି ନେବା ସହ ଏହାକୁ କାର୍ଯ୍ୟକାରୀ କରିଥିଲେ।