ଆଲ୍‌କହଲ ଟେଷ୍ଟ୍‌ରେ ଫେଲ୍‌ ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ: ମଦ୍ୟପାନ କରି ଧରାପଡ଼ିଥିବା ଏୟାର ଇଣ୍ଡିଆର ବରିଷ୍ଠ ପାଇଲଟ ଅରବିନ୍ଦ କଠପାଲିୟାଙ୍କୁ ପରିଚାଳନା ନିର୍ଦ୍ଦେଶକ ପଦରୁ ବହିଷ୍କାର କରାଯାଇଛି। ଦିନକ ପୂର୍ବରୁ ତାଙ୍କୁ ବିମାନ ମହାନିର୍ଦ୍ଦେଶାଳୟ ୩ ବର୍ଷ ପାଇଁ ନିଲମ୍ବିତ କରିଥିଲା। ଗତ ରବିବାର ଦିନ ଉଡ଼ାଣ ପୂର୍ବରୁ ମଦ ପିଇଥିବା ଜଣାପଡ଼ିବା ପରେ ତାଙ୍କୁ ତୁରନ୍ତ ଦାୟିତ୍ବରୁ ହଟାଇ ଦିଆଯାଇଥିଲା। ସେ ପୂର୍ବରୁ ମଧ୍ୟ ମଦ୍ୟପାନ କରିଥିବା ନଜିର ରହିଥିବାରୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର