ନୂଆଦିଲ୍ଲୀ: ଅହମଦାବାଦରେ ଜୁନ୍ ୧୨ ତାରିଖରେ ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର୍ ବିମାନ ଦୁର୍ଘଟଣା ଦେଶକୁ ଥରାଇ ଦେଇଥିଲା। ଏହି ବିମାନ ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ଯେଉଁଥିରେ ୨୪୧ଜଣ ବିମାନ ଯାତ୍ରୀ ଥିଲେ। ବିମାନ ଦୁର୍ଘଟଣା ଘଟିବା ଦିନ ଠାରୁ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଦୁର୍ଘଟଣାର ତଦନ୍ତରେ କୌଣସି ପ୍ରକାର ଅବହେଳା ନକରି ନିଜନିଜ ଯାଞ୍ଚରେ ଆଗେଇ ଚାଲିଛନ୍ତି।
ବିଶେଷ ସୂତ୍ରରୁ ଜଣାପଡିଛି ଯେ, ବିରଳ ଡୁଆଲ୍ ଇଞ୍ଜିନ୍ ବିଫଳତା ଘଟଣାକୁ ଧ୍ୟାନରେ ରଖିସାତଟି ସମ୍ଭାବ୍ୟ ଷଡ଼ଯନ୍ତ୍ରର ତଦନ୍ତ ଆରମ୍ଭ କରାଯାଇଛି। ଏଥିରେ ଇନ୍ଧନ ଟ୍ୟାମ୍ପରିଂ, ସୁରକ୍ଷା ତ୍ରୁଟି ଏବଂ ବୈଷୟିକ ତ୍ରୁଟି ଭଳି ଦିଗ ଉପରେ ଗଭୀର ତଦନ୍ତ ଚାଲିଛି।
ଜୁନ୍ ୧୨ ତାରିଖରେ ଏୟାର ଇଣ୍ଡିଆର ଲଣ୍ଡନ ଯାଉଥିବା ବିମାନ ଏଆଇ ୧୭୧ ଅହମଦାବାଦ ବିମାନବନ୍ଦରରୁ ଉଡ଼ିବା ଆରମ୍ଭ କରିବାର ୪୦ ସେକେଣ୍ଡ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୪୨ ଜଣ ବିମାନ ଯାତ୍ରୀଙ୍କ ମଧ୍ୟରୁ କେବଳ ଜଣଙ୍କୁ ଛାଡ଼ିଦେଲେ ବାକିମାନଙ୍କ ମୃତ୍ୟୁ ହୋଇଥିଲା।
ଦୁର୍ଘଟଣା ପରେ ପ୍ରାରମ୍ଭିକ ରିପୋର୍ଟରେ ଡୁଆଲ୍ ଇଞ୍ଜିନ୍ ବିଫଳତା କିମ୍ବା ହାଇଡ୍ରୋଲିକ୍/ଇଲେକ୍ଟ୍ରୋନିକ୍ ସିଷ୍ଟମର ବିଫଳତା ସନ୍ଦେହ କରାଯାଉଛି। ଦୁର୍ଘଟଣା ପରେ ଉଦ୍ଧାର ହୋଇଥିବା ବ୍ଲାକ୍ ବାକ୍ସରୁ ତଥ୍ୟ ଦିଲ୍ଲୀର ଏଏଆଇବି ଲ୍ୟାବରେ ଡାଉନଲୋଡ୍ କରାଯାଇଛି ଏବଂ ଏହାର ବିସ୍ତୃତ ତଦନ୍ତ ଚାଲିଛି।
ଗୁଲନ୍ଦା ସୂତ୍ରରୁ ଜଣାପଡ଼ିଛି ଯେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ସାତଟି ପ୍ରମୁଖ ଦିଗ ଉପରେ ମୁଖ୍ୟତଃ ଧ୍ୟାନ ଦେଇ ଯାଞ୍ଚ କରୁଛନ୍ତି।
ପ୍ରଥମତଃ: ଇନ୍ଧନ ଶୃଙ୍ଖଳାରେ ହେରଫେର ହେବାର ସମ୍ଭାବନା, ଯେଉଁଥିରେ ବିମାନବନ୍ଦରରେ ଇନ୍ଧନ ଯୋଗାଣ କିମ୍ବା ଗୁଣବତ୍ତା ହେରଫେର ଅନ୍ତର୍ଭୁକ୍ତ ହୋଇପାରେ।
ଦ୍ୱିତୀୟତଃ: ସୁରକ୍ଷା ପ୍ରୋଟୋକଲରେ ତ୍ରୁଟି, ଯାହା ବୋର୍ଡିଂ ପ୍ରକ୍ରିୟା କିମ୍ବା ବ୍ୟାଗେଜ ଯାଞ୍ଚରେ ଅବହେଳା ଥିବା ସନ୍ଦେହ କରାଯାଉଛି।
ତୃତୀୟତଃ: ସାଇବର ଆକ୍ରମଣର କୋଣ, ଯେଉଁଥିରେ ବିମାନର ଇଲେକ୍ଟ୍ରୋନିକ୍ ସିଷ୍ଟମ ହ୍ୟାକିଂ ହେବାର ସମ୍ଭାବନା ଅନ୍ତର୍ଭୁକ୍ତ ରହିଛି।
ଚତୁର୍ଥ: ଯାନ୍ତ୍ରିକ ତ୍ରୁଟି, ଯେଉଁଥିରେ ଇଞ୍ଜିନ କିମ୍ବା ଅନ୍ୟାନ୍ୟ ଅଂଶରେ ନିର୍ମାଣ ତ୍ରୁଟି ଥିବାରତଦନ୍ତ କରାଯାଉଛି।
ପଞ୍ଚମ: ଆଭ୍ୟନ୍ତରୀଣ ତ୍ରୁଟି, ଯେଉଁଥିରେ କ୍ରୁ କିମ୍ବା ଭୂମି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ତଦନ୍ତ କରାଯାଉଛି।
ଷଷ୍ଠ: ବାହ୍ୟ ଆତଙ୍କବାଦୀ ଷଡ଼ଯନ୍ତ୍ର। ଯେଉଁଥିରେ ବିମାନକୁ ଟାର୍ଗେଟ କରିବାର ଯୋଜନା ଅନ୍ତର୍ଭୁକ୍ତ ହୋଇପାରେ।
ସପ୍ତମ: ମାନବ ତ୍ରୁଟି, ଯେଉଁଥିରେ ପାଇଲଟ୍ କିମ୍ବା ନିୟନ୍ତ୍ରଣ ଟାୱାରର ଭୁଲ ଥିବା ଦିଗରେ ତଦନ୍ତ କରାଯାଉଛି।