ଅହମଦାବାଦ: ଜୁନ୍ ୧୨ ତାରିଖରେ ଅହମଦାବାଦରେ ଏୟାର ଇଣ୍ଡିଆର ଏକ ବୋଇଂ ବିମାନ ଉଡ଼ାଣ ଆରମ୍ଭ କରିବାର ମାତ୍ର ୫ ମିନିଟ୍ ପରେ ନିୟନ୍ତ୍ରଣ ହରାଇ ସିଧାସଳଖ ବିଜେ ମେଡିକାଲ ହସ୍ପିଟାଲର ହଷ୍ଟେଲ କୋଠା ସହିତ ଧକ୍କା ହୋଇ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ଘଟଣାସ୍ଥଳରେ ଆଖିପିଛୁଳାକେ ୨୪୧ଜଣ ଯାତ୍ରୀ ପୋଡ଼ି ହୋଇ କଙ୍କାଳରେ ପରିଣତ ହୋଇଯାଇଥିଲେ। ଏହି ଭୟଙ୍କର ବିମାନ ଦୁର୍ଘଟଣାର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ।
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି, ଏୟାରର ଇଣ୍ଡିଆ ବିମାନ ବିସ୍ଫୋରଣ ପରେ ଆଖପାଖର ବହୁତଳ କୋଠାଗୁଡ଼ିକରେ ମଧ୍ୟ ନିଆଁ ଲାଗିଯାଇଥିଲା। ହଷ୍ଟେଲ କୋଠାରେ ମଧ୍ୟ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଶୀଘ୍ର ବ୍ୟାପି ଯାଇଥିଲା ଯେ ବାହାରିବାର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥିଲା। ସେଠାରେ ରହୁଥିବା ଛାତ୍ରମାନେ ଭୟଭୀତ ହୋଇ ଜୀବନ ବଞ୍ଚାଇବା ପାଇଁ କୋଠାରୁ ତଳକୁ ଡେଇଁବା ଆରମ୍ଭ କରିଥିଲେ।
ଭିଡିଓରେ ଅନେକ ଡାକ୍ତରୀଛାତ୍ର, ଡାକ୍ତରମାନେ ଗୋଟିଏ ପରେ ଗୋଟିଏ କୋଠାର ଉପର ମହଲାରୁ ତଳକୁ ଡେଇଁ ପଡୁଥିବା ଦେଖିବାକୁ ମିଳୁଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ହଷ୍ଟେଲର ମୁଖ୍ୟ ଫାଟକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଯେଉଁ କାରଣରୁ ଡାକ୍ତରୀଛାତ୍ରମାନେ ବାହାରକୁ ବାହାରି ପାରି ନଥିଲେ। ସେଥିପାଇଁ ସେମାନେ ଜୀବନ ବଞ୍ଚାଇବା ପାଇଁ ଝରକା ଏବଂ ବାଲକୋନିରୁ ଡେଇଁ ପଡ଼ିବାକୁ ବାଧ୍ୟ ହୋଇଥିଲେ।
ଏହି ଛାତ୍ରମାନଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଥିଲେ, ଯାହାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଛାତ୍ରଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ଥିବା ବେଳେ ବାକିମାନଙ୍କୁ ଚିକିତ୍ସା ପରେ ଘରକୁ ଛୁଟି କରି ଦିଆଯାଇଛି।
ବ୍ଲାକ ବାକ୍ସ ଏବଂ ଭଏସ୍ ରେକର୍ଡର ପାଇବା ପରେ, ପ୍ରଶାସନ ଏବଂ ବିମାନ ଚଳାଚଳ ବିଭାଗ ଏହି ଦୁର୍ଘଟଣାର ବିସ୍ତୃତ ତଦନ୍ତ କରୁଛନ୍ତି। ଯାହା ଦ୍ୱାରା ଭବିଷ୍ୟତରେ ଏପରି ଦୁର୍ଘଟଣାକୁ ରୋକାଯାଇପାରିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/17/QatPNWSbiu0JZM8Lcuxf.jpg)