ଗାନ୍ଧୀନଗର: ଜୁନ୍ ୧୨ରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର୍ ବିମାନ (ଉଡ଼ାଣ ନମ୍ବର ଏଆଇ ୧୭୧) ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏକ ଡାକ୍ତରୀ ହଷ୍ଟେଲରେ ବିମାନ ମାଡ଼ ହୋଇ ଜଳିଯାଇଥିଲା। ବିମାନରେ ମୋଟ ୨୪୨ଜଣ ଥିବା ବେଳେ ମାତ୍ର ଜଣେ ହିଁ ବଞ୍ଚିପାରିଥିଲେ। ଏହି ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏବେ ଲୋକେ ବିମାନ ଯାତ୍ରା କରିବା ପୂର୍ବରୁ ୨ଥର ଚିନ୍ତା କରୁଛନ୍ତି।

Advertisment

୨୪୧ଜଣକ ମଧ୍ୟରେ ମଣିପୁରର ଲାମନୁନ୍ଥେମ୍ ସିଙ୍ଗସନ୍ ମଧ୍ୟ ଥିଲେ ‌ଯିଏ ଏୟାର ଇଣ୍ଡିଆରେ କ୍ରୁ ଭାବେ କାମ କରୁଥିଲେ। ଜୁନ୍ ୧୯ରେ ତାଙ୍କ ମୃତଦେହ ତାଙ୍କ ଘରେ ପହଞ୍ଚିଥିବା ବେଳେ ଏବେ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସିଛି। ପରିବାର ପକ୍ଷରୁ କୁହାଯାଇଛି ଯେ, ସିଙ୍ଗସନ୍ ପ୍ରଥମେ ଲଣ୍ଡନ ଯାଉଥିବା ବିମାନ ଏଆଇ ୧୭୧ର କ୍ରୁ ସଦସ୍ୟ ନଥିଲେ। ଅସୁସ୍ଥତା ଯୋଗୁଁ ଛୁଟି ନେଇଥିବା ଜଣେ ସହକର୍ମୀଙ୍କ ସ୍ଥାନରେ ସେ ଯାଇଥିଲେ। ଲାମନୁନ୍ଥେମ୍ ସିଙ୍ଗସନ୍ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ ବୋଲି ଜଣାପଡ଼ିଛି। 

ସିଙ୍ଗସନ୍‌ଙ୍କ ଜଣେ ସମ୍ପର୍କୀୟ ଶୁକ୍ରବାର କହିଛନ୍ତି ଯେ, ସେ ଶେଷ ଥର ପାଇଁ ଜୁନ୍ ୧୧ତାରିଖରେ ତାଙ୍କ ବିଧବା ମାଆଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ସିଙ୍ଗସନ୍ ତାଙ୍କ ମାଆଙ୍କୁ କହିଥିଲେ ଯେ, ତାଙ୍କୁ ଗୁରୁବାର ଲଣ୍ଡନ ଯିବାକୁ ପଡିବ। ତେଣୁ ସେ ରାତିରେ ଶୀଘ୍ର ଶୋଇବାକୁ ଚାହୁଁଛନ୍ତି।