ମୁମ୍ବାଇ: ସୋମବାର ସକାଳେ ପ୍ରବଳ ବର୍ଷା ମଧ୍ୟରେ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରୁଥିବା ବେଳେ ଏୟାର୍ ଇଣ୍ଡିଆର ଏକ ବିମାନ ରନ୍ୱେରୁ ଖସିଯାଇଥିଲା। ଏ-୩୨୦ ବିମାନଟି ମୁଖ୍ୟ ରନ୍ୱେରୁ ଖସିଯାଇ ଅନ୍ୟଦିଗକୁ ଚାଲି ଯାଇଥିଲା ଏବଂ ତା’ପରେ ଟ୍ୟାକ୍ସିୱେରେ ଅଟକିଥିଲା।
ଇଞ୍ଜିନ୍ କ୍ଷତିଗ୍ରସ୍ତ, ସବୁ ଯାତ୍ରୀ-କର୍ମଚାରୀ ସୁରକ୍ଷିତ
ଏହି ଦୁର୍ଘଟଣାରେ ବିମାନର ୩ଟି ଟାୟାର ଫାଟିବା ଓ ମୁଖ୍ୟ ରନ୍ୱେ କ୍ଷତିଗ୍ରସ୍ତ ହେବା ସହ ଇଞ୍ଜିନ୍ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସମସ୍ତ ଯାତ୍ରୀ ଓ ବିମାନର କର୍ମଚାରୀ ସୁରକ୍ଷିତ ଭାବେ ଅବତରଣ କରିଥିଲେ।