ନୂଆଦିଲ୍ଲୀ: ୨୦୨୫ ଜୁନ ୨୦ରେ ଦିଲ୍ଲୀରୁ ପୁଣେ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ ୨୪୭୦ ମଝି ଆକାଶରେ ଏକ ପକ୍ଷୀ ସହିତ ଧକ୍କା ହୋଇଥିଲା। ଏହି ଧକ୍କା ପରେ ଯାତ୍ରୀ ଭୟଭୀତ ହୋଇଯାଇଥିଲେ। ପାଇଲଟ ଯାତ୍ରୀଙ୍କୁ ଭୟଭୀତ ନହେବାପାଇଁ ସୂଚିତ କରି ବିମାନଟିକୁ ସୁରକ୍ଷିତ ଭାବରେ ଅବତରଣ କରିଥିଲେ। ଏହାପରେ ସୁରକ୍ଷା ଯାଞ୍ଚ ଯୋଗୁଁ ବିମାନକୁ ଗ୍ରାଉଣ୍ଡ କରାଯାଇଛି।
ଏୟାର ଇଣ୍ଡିଆ ଏହି ଘଟଣା ଉପରେ ଏକ ବିବୃତ୍ତି ଜାରି କରି କହିଛି, " ଜୁନ ୨୦ରେ ପୁଣେରୁ ଦିଲ୍ଲୀ ଯିବା ପାଇଁ ନିର୍ଦ୍ଧାରିତ ହୋଇଥିବା ବିମାନ ଏଆଇ ୨୪୭୦ ପକ୍ଷୀ ସହିତ ଧକ୍କା ହୋଇଥିବା ଯୋଗୁଁ ବାତିଲ କରାଯାଇଛି। ବିମାନଟି ସୁରକ୍ଷିତ ଭାବରେ ବିମାନବନ୍ଦରରେ ଅବତରଣ କରିବା ପରେ ସେଥିରେ ପକ୍ଷୀ ଧକ୍କାର ଚିହ୍ନ ଥିବା ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ବିମାନଟି ଯାଞ୍ଚ ଅଧୀନରେ ଅଛି।
ଏୟାର ଇଣ୍ଡିଆ ବିମାନ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଦୁଃଖ ପ୍ରକାଶ କରି ଏହା ଏକ ଅପ୍ରତ୍ୟାଶିତ ଘଟଣା ବୋଲି ଦର୍ଶାଇ କହିଛି, ‘ଏୟାର ଇଣ୍ଡିଆ ସମସ୍ତ ପ୍ରଭାବିତ ଯାତ୍ରୀଙ୍କୁ ପୂର୍ଣ୍ଣ ଫେରସ୍ତ କିମ୍ବା ମାଗଣାରେ ଯାତ୍ରା ପୁନଃନିର୍ଦ୍ଧାରିତ କରିବାର ବିକଳ୍ପ ଦେଇଛି। ଆମର ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା।
ଯାତ୍ରୀଙ୍କ ସୁବିଧା ପାଇଁ ଆମେ ପ୍ରତ୍ୟେକ ସମ୍ଭବ ପଦକ୍ଷେପ ନେଉଛୁ। ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ ଅବତରଣ କରିଛନ୍ତି। ଅବତରଣ ପରେ କିଛିଯାତ୍ରୀ ଏହି ଘଟଣାରେ ଭୟଭୀତ ହୋଇଯାଇଥିଲେ। ଆମେ ସେମାନଙ୍କ ଭୟକୁ ଦୂର କରି ସେମାନଙ୍କ ଯାତ୍ର କିପରି ସୁରକ୍ଷିତ ହେବ ସେ ଆଶ୍ବସନା ଦେଇଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/20/120efaf7-9226-4609-a665-e852c9df3d01-2025-06-20-17-35-15.jpg)