ବେଙ୍ଗାଲୁରୁ ବିମାନବନ୍ଦରରେ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ଧକ୍କା ଦେଲା ଇଣ୍ଡିଗୋ ବସ୍‌, ତା’ ପରେ…

ବେଙ୍ଗାଲୁରୁ: ବେଙ୍ଗଲୁରୁ ବିମାନବନ୍ଦରରେ ଏକ ହୃଦୟ ଥରାଇ ଦେବା ଭଳି ଘଟଣା ଘଟିଛି । ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ୍‌ରେ କାମ କରୁଥିବା ଶିବଶଙ୍କରଙ୍କୁ ଇଣ୍ଡିଗୋର ବସ୍‌ ଧକ୍କା ଦେବାର ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବସ୍‌ ସହ ଧକ୍କା ଖାଇବା ପରେ ଶିବଶଙ୍କର ବସ୍‌ ସହ କିଛି ବାଟ ଘୋଷଡ଼ି ହୋଇ ଯାଇଥିଲେ । ଯାହାଦ୍ୱାରା ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି ।

ଏୟାର ଇଣ୍ଡିଆ ତରଫରୁ ଏକ ଅଧିକାରୀକ ବୟାନ ଜାରି କରାଯାଇ କୁହାଯାଇଛି, ଶିବଶଙ୍କରଙ୍କୁ ଇଣ୍ଡିଗୋର ଏକ ବସ୍‌ ଧକ୍କା ଦେବା ପରେ ତାଙ୍କୁ ଗଭୀର ଆଘାତ ଲାଗିଛି । ଦୁର୍ଘଟଣା ପରେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କର ଚିକିତ୍ସା ଜାରି ରହିଛି । ଏହି ଦୁର୍ଘଟଣା ପାଇଁ  ଇଣ୍ଡିଗୋକୁ କ୍ଷତିପୂରଣ ଦେବାକୁ ହେବ ବୋଲି କହିଛି ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆର ବୟାନ ପରେ ନିଜର ବୟାନ ଜାରି କରି ତଦନ୍ତ ଦାବି କରିଛି ଇଣ୍ଡିଗୋ ।

ସମ୍ବନ୍ଧିତ ଖବର