ଏରୋ ଇଣ୍ଡିଆ ସୋ’ ଉଦ୍‌ଘାଟିତ, ଭାରତ ଆକାଶରେ ଉଡ଼ିଲା ରାଫେଲ

ନୂଆଦିଲ୍ଲୀ: ଏସିଆର ସବୁଠାରୁ ବଡ଼ ଏୟାର୍‌ ସୋ ‘ଏରୋ ଇଣ୍ଡିଆ-୨୦୧୯’ ବେଙ୍ଗାଲୁରୁରେ  ଆଜିଠାରୁ ଆରମ୍ଭ ହୋଇଛି। ଏହି ୫ ଦିନିଆ ସୋ’ର ପ୍ରଥମ ଦିବସରେ ଆଜି ରାଫେଲ ଯୁଦ୍ଧ ବିମାନ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ଏହି ବିମାନର ଅଭୂତପୂର୍ବ ଉଡ଼ାଣ କୌଶଳ  ଲୋକଙ୍କୁ ଚମତ୍କୃତ କରିଥିଲା। ଆଜି ରାଫେଲ ସମେତ ୨୦ରୁ ଅଧିକ ଯୁଦ୍ଧ ବିମାନ  ଉଡ଼ାଣ କୌଶଳ ପ୍ରଦର୍ଶନ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଅବସରରେ କହିଥିଲେ ଯେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ  ଏବେ ଏକ ବିଶାଳ ବଜାର। ଭାରତରେ ପ୍ରତିରକ୍ଷା କ୍ଷେତ୍ରରେ ପୁଂଜି ବିନିଯୋଗ ଉପରେ ବିଶ୍ବର ସବୁଠାରୁ ବଡ଼ ସଂସ୍ଥାମାନେ ଏବେ ଆଗ୍ରହ ଦେଖାଉଛନ୍ତି ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନାରେ ଏହା ତ୍ବରାନ୍ବିତ ହୋଇପାରୁଛି ବୋଲି ସେ କହିଥିଲେ।  ବିଶ୍ବର ଶତାଧିକ ବିମାନ ନିର୍ମାଣକାରୀ କମ୍ପାନି ଏରୋ ୨୦୧୯ରେ ଅଂଶ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର