ବଢ଼ିଲା ଏୟାର ଇଣ୍ଡିଆର ନିଲାମ ଅବଧି, ଜୁନ ୩୦ରୁ ୩୧ ଅଗଷ୍ଟକୁ ବଢ଼ିଲା ଡେଡ଼ଲାଇନ

ନୂଆଦିଲ୍ଲୀ: ଋଣଗ୍ରସ୍ତ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ବିନିଯୋଗ ପାଇଁ ଟେଣ୍ଡର ସମୟ ସୀମା ପୁଣି ଥରେ ବୃଦ୍ଧି କରାଯାଇଛି। ତୃତୀୟ ଥର ପାଇଁ ସରକାର ବିନିଯୋଗ ପାଇଁ ଟେଣ୍ଡର ସମୟସୀମା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ସରକାର ଏୟାର ଇଣ୍ଡିଆର ବିନିଯୋଗ ପାଇଁ ଟେଣ୍ଡର ସମୟସୀମାକୁ ୩୦ ଜୁନ୍ ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏୟାର ଇଣ୍ଡିଆ ପାଇଁ ଟେଣ୍ଡର କରୁଥିବା ସମସ୍ତ ନିଲାମଧାରୀମାନେ ୩୧ ଅଗଷ୍ଟ ସୁଦ୍ଧା ଈଓଆଇ ଦାଖଲ କରିପାରିବେ।

ଏଥିସହ ସରକାର ବିଡରମାନଙ୍କୁ ୧୪ ଜୁଲାଇରୁ ୧୪ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ବିଡ୍ ପ୍ରତ୍ୟାହାର କରିବାର ତାରିଖ ବଢ଼ାଇ ଦେଇଛନ୍ତି। ସରକାର କହିଛନ୍ତି ଯେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଟେଣ୍ଡର ତାରିଖ ପରିବର୍ତ୍ତନ କରାଯାଇଛି। ଏଠାରେ ସୂଚନା ଥାଉ କି ସମସ୍ତ ଉଦ୍ୟମ ସତ୍ତ୍ୱେ ଏୟାର ଇଣ୍ଡିଆ କ୍ରୟରେ କୌଣସି ବିମାନ କମ୍ପାନୀ ସେତେଟା ଆଗ୍ରହ ଦେଖାଉନାହାଁନ୍ତି |

NDTV

ଏହି କାରଣରୁ ଈଓଆଇ ଦାଖଲ କରିବାର ଶେଷ ତାରିଖ ବାରମ୍ବାର ବଢାଯାଉଛି । ଏହାପୂର୍ବରୁ, ଚଳିତ ବର୍ଷ ଜାନୁୟାରୀ ୨୭ ରେ ଜାରି କରାଯାଇଥିବା ମୂଳ ବିଜ୍ଞପ୍ତିରେ ଟେଣ୍ଡରର ଶେଷ ତାରିଖ ୧୭ ମାର୍ଚ୍ଚକୁ ବୃଦ୍ଧି କରାଯାଇଥିଲା, ଯାହା ପରେ ୩୦ ଏପ୍ରିଲକୁ ବୃଦ୍ଧି କରାଯାଇଥିଲା। ଏହା ପରେ, ଏହାକୁ ପୁନର୍ବାର ୩୦ ଜୁନ୍ କୁ ବୃଦ୍ଧି କରାଯାଇଥିଲା ଏବଂ ବର୍ତ୍ତମାନ ଦୁଇ ମାସ ପାଇଁ ଏହି ଅବଧିକୁ ବଢାଯାଇଛି |

ସମ୍ବନ୍ଧିତ ଖବର