ଏୟାର ଇଣ୍ଡିଆକୁ କିଣିବେ କର୍ମଚାରୀ; ଆର୍ଥିକ ସଂକଟରୁ ଉଦ୍ଧାର ପାଇଁ ପ୍ରତି କର୍ମଚାରୀ ଦେବେ ୧ ଲକ୍ଷ ଟଙ୍କା

୧୪ ଡିସେମ୍ବରରେ ହେବ ନିଲାମ

ନୂଆଦିଲ୍ଲୀ: ପାଖା ପାଖି ୯୦ ହଜାର କୋଟି ଟଙ୍କା କରଜରେ ବୁଡ଼ି ଯାଇଥିବା ସରକାରୀ ବିମାନ କମ୍ପାନି ପାଇଁ ଅଡୁଆ ବଢିବାରେ ଲାଗିଛି । ଏଭଳି ସଂକଟରୁ କମ୍ପାନିକୁ ଉଦ୍ଧାର କରିବାକୁ ଏବେ ଅଣ୍ଟା ଭିଡିଛନ୍ତି କମ୍ପାନିର କର୍ମଚାରୀ ମାନେ । ଡିସେମ୍ବର ୧୪ ତାରିଖରେ ଏୟାର ଇଣ୍ଡିଆ ନିଲାମ ହେବା ପୂର୍ବରୁ କର୍ମଚାରୀ ମାନେ ଏକ ଆର୍ଥିକ ଭାଗିଦାରୀ ସହ ମିଶି ନିଲାମରେ ଭାଗ ନେବେ ବୋଲି ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

କର୍ମଚାରୀଙ୍କ ଯୋଜନା ମୁତାବକ କମ୍ପାନିର କର୍ମଚାରୀ ମାନେ କମ୍ପାନିକୁ ଏଭଳି ସଂକଟରୁ ରକ୍ଷା କରିବାକୁ କମ୍ପାନିର ୫୧ ପ୍ରତିଶତ ଅଂଶଧନ କିଣିବାକୁ ପ୍ରସ୍ତୁତ ହେଉଛନ୍ତି । ଏଭଳି ସ୍ଥଳେ ପ୍ରତି କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କାରୁ କମ୍ ଦେବାକୁ ପଡିବ । ଏହାସହ ବାକି ୪୯ ପ୍ରତିଶତ ଭାଗିଦାରୀ ଅନ୍ୟଜଣଙ୍କ ପାଖରେ ରହିବ (ଯିଏ କି ଆର୍ଥିକ ଭାଗିଦାରୀ ଭାବେ କର୍ମଚାରୀଙ୍କ ସହ ନିଲାମରେ ଭାଗ ନେବେ) ।

କର୍ମଚାରୀଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ମୁତାବକ କର୍ମଚାରୀଙ୍କ ପାଖରେ ଏତେ ପରିମାଣର ଅର୍ଥ ନଥିବାରୁ ସେମାନେ ପ୍ରାଇଭେଟ୍ ଇକ୍ୟୁଟି୍ ଫଣ୍ଡ ମାଧ୍ୟମରେ କମ୍ପାନିରେ ସେମାନଙ୍କର ଅର୍ଥ ନିବେଶ କରିବେ । ଏଥିରେ କର୍ମଚାରୀ ମାନେ କମ୍ପାନିର ୫୧ ପ୍ରତିଶତ ଭାଗିଦାର ହେବା ସହ ନିବେଶକଙ୍କ ପାଖରେ ୪୯ ପ୍ରତିଶତ ଭାଗିଦାରୀ ରହିବ । କୁହାଯାଇଛି କି ସୁଧର ଅଭିବ୍ୟକ୍ତି (ଇଓଆଇ) ସମାପ୍ତ ହେବା ପୂର୍ବରୁ କର୍ମଚାରୀ ମାନଙ୍କୁ ଟଙ୍କା ବିଷୟରେ ଚିନ୍ତା କରିବାକୁ ପଡିବ ନାହିଁ । ପ୍ରଥମ ପର୍ଯ୍ୟାୟ ସଫଳତାର ସହିତ ସମାପ୍ତ ହେବା ପରେ ଏକ ଯୋଜନା ପ୍ରସ୍ତୁତ କରାଯିବ । ଯେଉଁଥିରେ କୌଣସି କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କାରୁ ଅଧିକ ଦେବାକୁ ପଡିବ ନାହିଁ ।

ଏହା ସହିତ ଏହା ବି କୁହାଯାଇଛି କି ଟାଟା ଗ୍ରୁପ ବି ଏୟାର ଇଣ୍ଡିଆରେ ନିବେଶ କରିବାକୁ ପ୍ରସ୍ତୁତ ହେଉଛି । ଉଲ୍ଲେଖଯୋଗ୍ୟ, ନିଲାମ ହେବାର ଶେଷ ତାରିଖ ଡିସେମ୍ବର ୧୪ କୁ ରଖା ଯାଇଛି ।

ସମ୍ବନ୍ଧିତ ଖବର